ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ଦିବ୍ୟା ଖୋସଲା ବଲିଉଡର ଜଣେ ଜଣାଶୁଣା ନାଁ। ଅଭିନୟ ବ୍ୟତୀତ ସେ ପ୍ରଡ୍ୟୁସର ଭାବେ ମଧ୍ୟ କାମ କରି ବେଶ ନାଁ କରିଛନ୍ତି। ଟଲିଉଡରେ ଫିଲ୍ମ ଲାଇନରେ ଡେବ୍ୟୁ କରିଥିବା ଦିବ୍ୟା ବଲିଉଡରେ ଢେର ସଫଳତା ହାସଲ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଦିବ୍ୟାଙ୍କ ବିଷୟରେ କିଛି କଥା…

ଦିବ୍ୟା ଖୋସଲା ୨୦୦୫ରେ ଟି-ସିରିଜର ମାଲିକ ଭୂଷଣ କୁମାରଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ସେ ଫିଲ୍ମରେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପ୍ରଥମେ ସେ ଟଲିଉଡରେ ଏକ ବ୍ରେକ ପାଇଥିଲେ। ସାଉଥ୍ ଫିଲ୍ମ ‘ଲଭ୍ ଟୁଡେ’ ଥିଲା ତାଙ୍କର ଡେବ୍ୟୁ ଫିଲ୍ମ।

ଏହା ପରେ ଦିବ୍ୟା ବଲିଉଡରେ ଅନେକ ମ୍ୟୁଜିକ୍ ଭିଡିଓ କରିବା ଆରମ୍ଭ କରିଥିଲେ। ଫାଲଗୁନି ପାଠକଙ୍କ ପ୍ରସିଦ୍ଧ ଗୀତ ଆୟୋ ରାମରେ ମଧ୍ୟ ଦିବ୍ୟାଙ୍କୁ ଦେଖିବାକୁ ମିଳିଥିଲା।

ଫିଲ୍ମ କଥା କହିବାକୁ ଗଲେ ଦିବ୍ୟା ଅମିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କ ଭଳି କଳାକାରଙ୍କ ସହିତ କାମ କରିଛନ୍ତି। ବଲିଉଡରେ ଏଣ୍ଟ୍ରି କରିବା ପରେ ତାଙ୍କର ପ୍ରଥମ ଫିଲ୍ମ ୨୦୦୪ରେ ଆସିଥିଲା। ଏହି ଫିଲ୍ମ ଥିଲା ‘ଅବ୍‌ ତୁମ୍ହାରେ ହାୱାଲେ ୱତନ୍ ସାଥିୟୋଁ‘। ଏଥିରେ  ଦିବ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

ଅନିଲ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହା ବ୍ୟତୀତ ଦିବ୍ୟା ନିଜେ ଅନେକ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ସମୟ ମଧ୍ୟରେ ସେ ଫିଳ୍ମ ନିର୍ଦ୍ଦେଶନାରେ ପ୍ରବେଶ କରିଥିଲେ। ୨୦୧ ରେ ସେ ତାଙ୍କର ପ୍ରଥମ ନିର୍ଦ୍ଦେଶି ଫିଲ୍ମ ୟାରିଆଁ ରିଲିଜ ହୋଇଥିଲା। ଏହି ଫିଲ୍ମକୁ ମଧ୍ୟ ପସନ୍ଦ ଦର୍ଶକ ପସନ୍ଦ କରିଥିଲେ। ତେବେ, ତାଙ୍କର ଦ୍ୱିତୀୟ ଫିଲ୍ମ ‘ସନମ୍ ରେ‘ ବେଶୀ କିଛି ସଫଳତା ପାଇ ପାରିଲ ନାହିଁ।

ଏହା ବ୍ୟତୀତ ଦିବ୍ୟା ରଣବୀର କପୁରଙ୍କ ଫିଲ୍ମ ‘ରୟ‘ ପ୍ରଡ୍ୟୁସ କରିଥିଲେ। କରିଥିଲେ। ଖାନଦାନି ଶାଫାଖାନା, ବାଟଲା ହାଉସ୍ ମଧ୍ୟ ଦିବ୍ୟା ପ୍ରଡ୍ୟୁସ କରିଥିଲେ। ଆଗାମୀ ଦିନରେ ମଧ୍ୟ ଦିବ୍ୟାଙ୍କର ଆହୁରି ଅନେକ ଫିଲ୍ମ ରିଲିଜ ହେବା ଅପେକ୍ଷାରେ ରହିଛି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଗାୟକ ସୋନୁ ନିଗମ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମାଫିଆ ରାଜ ବିଷୟରେ କହିଥିଲେ। ପଭିଡିଓରେ ସୋନୁ ଟି-ସିରିଜ୍ ଏବଂ ଭୂଷଣ କୁମାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ସୋନୁଙ୍କୁ ଏଭଳି ଅଭିଯୋଗ ପରେ ଟି ସିରିଜ ମାଲିକ ଭୂଷଣ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋଲସା ତାଙ୍କୁ ମହାଁତୋଡ଼ ଜବାବ ଦେଇଛନ୍ତି। ଏହାପରଠାରୁ ସୋସିଆଲ ମିଡିଆରେ ଦିବ୍ୟାଙ୍କ ଆଲୋଚନା ହେଉଛି।

Comment