ଓଡ଼ିଶାଲାଇଭ୍ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ ଶହ ଟଙ୍କା ଫାଇନ୍। କରୋନା କଟକଣା ଭିତରେ ସେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଏହି ଫାଇନ୍ କରାଯାଇଛି।

ଆଜି କରୋନା ପରିଚାଳନାରେ ବିଭ୍ରାଟ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଯେଉଁଥିରେ କଂଗ୍ରେସ ସମେତ ୧୩ ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ଏହି ସମୟରେ ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବାରୁ ନିରଞ୍ଜନକୁ ୫ ଶହ ଟଙ୍କା ଫାଇନ୍ କରାଯାଇଛି।

ଏହା ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଏହି ସାମାଜିକ ଦୂରତା ନିୟମ ନମାନି ଫାଇନ୍ ଭରିଥିଲେ। ଭୁବନେଶ୍ୱର ବିଜେପି ଜିଲ୍ଲା ସାଙ୍ଗଠନିକ ସଭାପତି ବାବୁ ସିଂଙ୍କୁ ସାକ୍ଷାତ କରିବା ସମୟରେ ସେ ସାମାଜିକ ଦୂରତା ନିୟମ ଭାଙ୍ଗିଥିଲେ। ଯେଉଁ କାରଣରୁ ସେ ସେ ସମୟରେ ଶହେ ଟଙ୍କା ଫାଇନ୍ ଭରିଥିଲେ।

Comment