ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁ ପୋଲିସ ଅଫିସରଙ୍କର ରଥଯାତ୍ରା ଡ୍ୟୁଟି ପଡ଼ିନାହିଁ ସେମାନେ ପୁରୀ ଯାଇ ପାରିବେନାହିଁ। ଏହି କଟକଣା ଜୁଲାଇ ୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ପୁରୀ ଜିଲ୍ଲାରେ ପୋଷ୍ଟିଂ ହୋଇଛନ୍ତି ଅଥବା ଆଇନ ଶୃଙ୍ଖଳା କାର୍ଯ୍ୟରେ ପୁରୀକୁ ଡେପୁଟେସନରେ ଯାଇଛନ୍ତି ସେମାନଙ୍କ ଛଡ଼ା ଅନ୍ୟ କେହି ପୁରୀ ଯାଇପାରିବେ ନାହିଁ।

ସରକାରୀ କାର୍ଯ୍ୟର ବାହାନା ଦେଖାଇ କିଛି ପୋଲିସ ଅଧିକାରୀ ନିଜ ପରିବାର ଲୋକଙ୍କ ସହ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବାର ସମ୍ଭାବନା ଥିବାରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି କାହାର ଡ୍ୟୁଟି ନିହାତି ଜରୁରୀ ଓ ଏହାକୁ ଏଡେଇ ହେବ ନାହିଁ ସେମାନେ ରାଜ୍ୟ ପୋଲିସ କାର୍ଯ୍ୟାଳୟର ଅନୁମତି କ୍ରମେ ପୁରୀ ଯାଇପାରିବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comment