ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳର ଶାସନରେ ଥିବା କମ୍ୟୁନିଷ୍ଟ ପାର୍ଟିରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଯାହା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତକୁ ଅଡୁଆରେ ପକାଇଛି।

ଦଳର ଷ୍ଟାଣ୍ଡିଙ୍ଗ କମିଟିର ବୈଠକରେ ଖୁବଶୀଘ୍ର ତାଙ୍କୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଓଲିଙ୍କ ବିରୁଦ୍ଧରେ ସୃଷ୍ଟି ହୋଇଥିବା ବିରୋଧରୁ ଅନୁମାନ କରାଯାଉଛି ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଚୀନର ବୋକଚାବୁହା କୁହାଯାଉଥିବା ଓଲିଙ୍କୁ ଦଳର ସଭାପତି ପଦରୁ ମଧ୍ୟ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇପାରେ ବୋଲି କୁହାଯାଉଛି।ବୁଧବାର ଦିନ ଅନୁଷ୍ଠିତ ଦଳୀୟ କମିଟି ବୈଠକରେ ଉଭୟ ଓଲି ଏବଂ  ଦଳର ଟାଣୁଆ ନେତା ପୁଷ୍ପ କମଳ ଦହଲଙ୍କ ଭିତରେ ଜୋର କଥା କଟାକଟି ହୋଇଥିଲା। ତେଣୁ କୁହାଯାଉଛି ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଓଲି ଏବେ ଏକଲା ପଡ଼ିଯାଇଛନ୍ତି।

ନିଜ ବିରୁଦ୍ଧରେ ସୃଷ୍ଟି ହୋଇଥିବା ପରିସ୍ଥିତିର ସମାଧାନ ପାଇଁ ଓଲି, ପୁଷ୍ପ କମଳ ଦହଲଙ୍କୁ ନିଜ ବାସ ଭବନକୁ ଡକାଇ ପଠାଇଥିଲେ। କିନ୍ତୁ ଓଲିଙ୍କ ଇସ୍ତଫା ଦାବିରେ ପୁଷ୍ପ କମଳ ଦହଲ ଅଟଳ ଥିବା ଜଣାପଡିଛି।

Comment