ଓଡ଼ିଶାଲାଇଭ୍ ବ୍ୟୁରୋ

ଆତଙ୍କବାଦୀଙ୍କ ଗୁଳିରେ ସହିଦ ହେଲେ ଭାରତୀୟ ଯବାନ। ଶୁକ୍ରବାର କଶ୍ମୀରର ବିଜବେହରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍ ଯବାନ ପ୍ରାଣ ହରାଇଛନ୍ତି।

ଶୁକ୍ରବାର ସେଠାରେ ଆତଙ୍କବାଦୀଙ୍କ ଏକ ଦଳ ସିଆରପିଏଫ୍ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଗୁଳିବର୍ଷଣ କରିଥିଲା। ଯେଉଁଥିରେ ଜଣେ ସିଆରପିଏଫ୍ ଯବାନଙ୍କ ସହ ଗୋଟିଏ ଛୋଟ ଶିଶୁ ମଧ୍ୟ ପ୍ରାଣ ହରାଇଛି।

ଅନ୍ୟପଟେ ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ଗୁଳିବର୍ଷଣ କରାଯାଇଛି। ତେବେ ସେମାନଙ୍କ ଭିତରୁ କେତେ ଜଣ ପ୍ରାଣ ହରାଇଛନ୍ତି ସେନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ଏହା ପୂର୍ବରୁ ମଧ୍ୟ ଆତଙ୍କବାଦୀ ଓ ଯବାନମାନେ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

କଶ୍ମୀର ଘାଟିରେ ଲଗାତାର ଭାବେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହେଉଛନ୍ତି। ଯେଉଁଥିରେ ଭାରତୀୟ ଯବାନ ସହିଦ ହେବା ଆତଙ୍କବାଦୀମାନେ ମଧ୍ୟ ପ୍ରାଣ ହରାଉଛନ୍ତି।

Comment