ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତ୍ୟୁ ପରେ ଶବକୁ ମିଳିଲାନି ସମ୍ମାନ। କରୋନା ପଜିଟିଭ୍‌ ଭାବି ମୃତଦେହକୁ ଜେସିବିରେ ବୋହିଲେ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଲାସ ଅଞ୍ଚଳରେ। ମୃତ୍ୟୁ ପରେ ନଗରପାଳିକା ଓ ସ୍ଵାସ୍ଥ୍ୟ କର୍ମୀ ମୃତଦେହକୁ ଜେସିବିରେ ବୋହୁ ଥିବାର ନଜର ଆସିଛି।

ପଲାସକାଶିବୁଗା ନଗରପାଳିକା ଅଞ୍ଚଳରେ ଜଣେ ୮ ବର୍ଷିୟ ବ୍ୟକ୍ତି ଅସୁସ୍ଥ ଥିଲେ। ଶୁକ୍ରବାର ତାଙ୍କୁ ମୃତ୍ୟୁ ହୋଇଯାଇଥିଲା। ଏହାପରେ ତାଙ୍କ ବନ୍ଧୁ ବାନ୍ଧବ, ଗାଁ ଓ ପରିବାର ଲୋକ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଉଥିବା ବେଳେ ମୃତ ବ୍ୟକ୍ତି ଜଣ କରୋନା ଆକ୍ରାନ୍ତ ଥିବା ଖବର ପ୍ରଚାରିତ ହୋଇଥିଲା। ଏହା ପରେ ଗାଁ ଲୋକ ଶବକୁ ରାସ୍ତା ଉପରେ ଥୋଇଦେଇଥିଲେ।

ଏନେଇ ନଗରପାଳିକା ଖବର ପାଇବା ପରେ ଜେସିବି ଲଗାଇ ମୃତଦେହକୁ ସେଠାରୁ ଶ୍ମସାନକୁ ସ୍ଥାନାନ୍ତର କରିଥିଲା। ନିୟମ ଅନୁଯାୟୀ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ନିଜେ ଏହାର ଅନ୍ତିମ ସଂସ୍କାର କରିବ।

ହେଲେ ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ତାଙ୍କ ରିପୋର୍ଟ ଏଯାଏଁ ଆସିନଥିଲା। ଏପରି ଅମାନବୀୟ ଘଟଣା ଯୋଗୁଁ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ।

Comment