ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଜୁନ୍‌ ୨୯ରୁ କର୍ତ୍ତାରପୁର କରିଡରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଅନୁମତି ଦେଇଛି ପାକିସ୍ତାନ। ମହାରାଜା ରଣଜିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କର୍ତ୍ତାରପୁର କରଡିର ଖୋଲିବ। ଏନେଇ ପାକସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରୈଶୀ ଟୁଇଟ କରି ସୂଚନା ଦେଇଛନ୍ତି।

କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ମାର୍ଚ୍ଚ ୧୫ରୁ ୩୧ ଯାଏଁ କର୍ତ୍ତାରପୁର କରିଡର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କରୋନା ପ୍ରକୋପ ନକମିବାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ବନ୍ଦ ରଖାଯାଇଥିଲା।

ତେବେ ଏବେ ପୁଣି ଏହାକୁ ଖୋଲିବା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି। ଫଳରେ ଜୁନ ୨୯ରୁ ଶିଖ ଶ୍ରଦ୍ଧାଳୁମାନେ କର୍ତ୍ତାରପୁର କରିଡର ଯାତ୍ରା କରିପାରିବେ।

Comment