ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପୁଣି ବଢ଼ିଲେ କରୋନା ପଜିଟିଭ୍। ରବିବାର ରାଜଧାନୀରୁ ଆଉ ୬  ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି।

ନୂଆକରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩  ଜଣ ହୋମ୍ କ୍ୱାରେଣ୍ଟାଇନରୁ ଓ ବାକି ୩ ଜଣ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।

ଭୁବନେଶ୍ୱରର ଡୁମୁଡୁମା, ନୟାପଲ୍ଲୀ ଓ ବାପୁଜୀ ନଗରରୁ ତିନି ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ବୋଲି ବିଏମସି ସୂଚନା ଦେଇଛି।

ସେହିପରି ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳର ଜଣେ ବ୍ୟକ୍ତି, ଫରେଷ୍ଟ ପାର୍କ ଅଞ୍ଚଳର ଜଣେ ବ୍ୟକ୍ତି ଓ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ ମଧ୍ୟ ପଜିଟିଭ୍ ହୋଇଛନ୍ତି। ଏମାନେ ସମସ୍ତେ ଲୋକାଲ୍ କେସ୍ ବୋଲି ବିଏମସି କହିଛନ୍ତି।

ଅନ୍ୟପଟେ ଆଜି ଭୁବନେଶ୍ୱରର ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୧୨୨  ସକ୍ରିୟ ଆକ୍ରାନ୍ତ ଅଛନ୍ତି ବୋଲି ବିଏମସି ଟୁଇଟ କରି ସୂଚନା ଦେଇଛି।

Comment