ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

marriage

ବଲିଉଡରେ ସଫଳତା ପାଇବା ସେତେ ସହଜ କଥା ନୁହେଁ। ଦର୍ଶକମାନଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ବଜାୟ ରଖିବାକୁ କଳାକାରମାନେ କରିଥାନ୍ତି କଠିନ ପରିଶ୍ରମ। ତେବେ ନିଜ ରିଲେସନସିପକୁ ନେଇ ମଧ୍ୟ ଅଭିନେତାମାନେ ଅନେକ ସମୟ ଯାଏଁ ଚୁପ୍ ରହିବା ପସନ୍ଦ କରିଛନ୍ତି। କାରଣ ଏହାର ପ୍ରଭାବ ସେମାନଙ୍କ ଫ୍ୟାନ୍ ଫଲୋଇଂ ଉପରେ ପଡ଼ିଥାଏ। ତେବେ ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନଙ୍କ କ୍ୟାରିୟର ବିବାହ ପରେ ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା କିଏ କିଏ ଅଛନ୍ତି ଏହି ଲିଷ୍ଟରେ?

ଶାହାରୁଖ୍ ଖାନ୍

shahrukh khan with wife

କିଙ୍ଗ୍ ଖାନ୍ ୧୯୯୧ ମସିହାରେ ଗୌରୀଙ୍କ ସହ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ୧୯୯୨ ତାଙ୍କ ସୁପରି ହିଟ୍ ଡେବ୍ୟୁ ଫିଲ୍ମ ‘ଦିଓ୍ୱାନା’ ରିଲିଜ୍ ହୋଇଥିଲା।

ଅମିର ଖାନ୍

shahrukh khan with wife

ଅମିର୍ ଖାନ୍ ୧୯୮୬ ମସିହାରେ ରିନା ଦତ୍ତଙ୍କ ସହ ବିବାହ କରିଥିଲେ। ଏହାପରେ ୧୯୮୮ ମସିହାରେ ଜୁହି ଚାଓ୍ୱଲାଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ‘କୟାମତ ସେ କୟାମତ ତକ୍’ ରିଲିଜ୍ ହୋଇଥିଲା।

ଆୟୁଷ୍ମାନ ଖୁରାନ୍ନା

Ayushman khurrana with wife

ଆୟୁଷ୍ମାନଙ୍କ ବିବାହ ୨୦୧୧ ମସିହାରେ ଗର୍ଲଫ୍ରେଣ୍ଡ ତାହିରା କଶ୍ୟପଙ୍କ ସହ ହୋଇଥିଲା। ଏହାର ଗୋଟିଏ ବର୍ଷ ମଧ୍ୟରେ ସେ ‘ଭିକି ଡୋନର୍’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ।

ଅର୍ଜ୍ଜୁନ ରାମପାଲ

arjun rampal with wife

ଅର୍ଜ୍ଜୁନ ରାମପାଲ ନିଜ ଗର୍ଲଫ୍ରେଣ୍ଡ ମେହେରଙ୍କ ସହ ୧୯୯୮ରେ ବିବାହ କରିଥିଲେ ଏବଂ ଏହା ପରେ ୧୯୯୮ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘ପ୍ୟାର, ଇସ୍କ ଓର୍ ମହବତ୍’ ରିଲ୍ଜ୍ ହୋଇଥିଲା।

ସୋନୁ ସୁଦ୍

sonu sood with wife

ସୋନୁ ସୁଦ୍ ନିଜ ଗର୍ଲଫ୍ରେଣ୍ଡ ସୋନାଲୀଙ୍କ ସହ ୧୯୯୬ ମସିହାରେ ବିବାହ କରିଥିଲେ। ଏହାପରେ ୧୯୯୯ ମସିହାରେ ତାମିଲ୍ ଫିଲ୍ମ ‘କାଲାଜହର’ରେ ତାଙ୍କୁ କାମ ମିଳିଥିଲା। ୨୦୦୧ରେ ‘ସହିଦ୍ଏ–ଆଜମ୍’ ଫିଲ୍ମ ଜରିଆରେ ସେ ବଲିଉଡକୁ ଏଣ୍ଟ୍ରି କରିଥିଲେ।

ଆର୍. ମାଧବନ୍

madhban with wife

ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ଆର୍.ମାଧବନ୍ ୧୯୯୯ ସମିହାରେ ସରିତାଙ୍କ ସହ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ‘ରହନା ହେ ତେରେ ଦିଲ୍ ମେ’ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିଲେ।

ସୈଫ୍ ଅଲ୍ଲୀ ଖାନ୍

saif ali khan with wife

ଫିଲ୍ନ ଜଗତକୁ ଆସିବା ପୂର୍ବରୁ ସୈଫ୍ ଅଲ୍ଲୀ ଖାନ୍ ଅଭିନେତ୍ରୀ ଅମୃତା ସିଂକୁ ୧୯୯୧ ମସିହାରେ ବିବାହ କରିଥିଲେ। ଏହା ପରେ ୧୯୯୩ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘ଆଶିକ୍ ଆଓ୍ୱାରା’ ପରଦାକୁ ଆସିଥିଲା।

ଫରହାନ୍ ଅଖତର୍

farhan akhtar with wife

୨୦୦୦ମସିହାରେ ଫରହାନ୍ ଅଖତର୍ ଅଧୁନାଙ୍କ ସହ ବିବାହ କରିଥିଲେ। ଏହାପରେ ୨୦୦୧ ମସିହାରେ ତାଙ୍କ ଦ୍ୱାରା ଡିରେକ୍ଟ କରାଯାଇଥିବା ପ୍ରଥମ ଫିଲ୍ମ ‘ଦିଲ୍ ଚାହତା ହେ’ ରିଲିଜ୍ ହୋଇଥିଲା।

ବମନ୍ ଇରାନୀ

boman irani with wife

ଭର୍ସାଟାଇଲ୍ ଆକ୍ଟର ବମନ୍ ଇରାନୀଙ୍କ ବିବାହ ୧୯୮୫ ମସିହାରେ ଜେନୋବିଆଙ୍କ ସହ ହୋଇଥିଲା। ପରେ ୨୦୦୧ ମସିହାରେ ‘ଏଭ୍ରିବଡି ସେଜ୍ ଆଇ ଆମ୍ ଫାଇନ୍’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରୀ କରିଥିଲେ।

Comment