ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Ranbir kapoor

ନିଜ ଆକର୍ଷଣୀୟ ଅନ୍ଦାଜ ଏବଂ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି ଅଭିନେତା ରଣବୀର କପୁର। ସମସ୍ତଙ୍କଠାରୁ ଟିକେ ହଟକେ ଫିଲ୍ମ କରନ୍ତି ରଣବୀର। ଫିଲ୍ମ ଚୟନକୁ ନେଇ ସେ ବେଶ୍ ସିରିୟସ୍। ହେଲେ ବଲିଉଡରେ ଏମିତି କିଛି ଫିଲ୍ମ ଅଛି ଯାହା ପ୍ରଥମେ ରଣବୀରଙ୍କୁ ଅଫର୍ କରାଯାଇଥିଲା, ହେଲେ ସେ ଫିଲ୍ମକୁ ନା କହିଥିଲେ। ଆଜି ଆମେ କହିବୁ ରଣବୀର ହାତଛଡ଼ା କରିଥିବା ଏପରି କିଛି ଫିଲ୍ମ ଯାହା ପରେ ଯାଇ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

ଜିନ୍ଦଗୀ ନ ମିଲେଗୀ ଦୋବାରା:

zindegi na milegi dobara

କୁହାଯାଏ ରିତିକ ରୋଶନ୍, ଫରହାନ ଅଖତର୍ ଏବଂ ଅଭୟ ଦେଓଲଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମରେ ରିତିକ୍ ରୋଶନଙ୍କ ଚରିତ୍ର ପାଇଁ ପ୍ରଥମେ ରଣବୀର କପୁରଙ୍କୁ ଅଫର୍ କରାଯାଇଥିଲା। ହେଲେ ରଣବୀର ଏହି ଫିଲ୍ମଟିକୁକରିବାରୁ ମନା କରିଥିଲେ। ପରେ ଜୋୟା ଅଖତରଙ୍କୁ ଦ୍ୱାରା ଡିରେକ୍ଟ ହୋଇଥିବା ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ବ୍ୟାଣ୍ଡ୍ ବାଜା ବାରାତ୍:

band-baaja-baaraat

ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରେ ରଣବୀର ସିଂଙ୍କ ଭୂମିକା ପ୍ରଥମେ ରଣବୀର କପୁରଙ୍କୁ ଅଫର୍ ହୋଇଥିଲା। ହେଲେ ସେ ଏହାକୁ ରିଜେକ୍ଟ କରିବାରୁ ଏହି ଫିଲ୍ମଟି ମିଳିଲା ରଣବୀର ସିଂଙ୍କୁ ଯାହା ତାଙ୍କ ଫିଲ୍ମି କ୍ୟାରିୟରକୁ ଦେଇଥିଲା ଏକ ନୂଆ ମୋଡ଼। ଏହା ରଣବୀର ସିଂଙ୍କ ଡେବ୍ୟୁ ଫିଲ୍ମ ଥିଲା।

ଟୁ ଷ୍ଟେଟ୍ସ୍:

2 states

କୁହାଯାଏ ଫିଲ୍ମ ‘ଟୁ ଷ୍ଟେଟ୍ସ୍’ରେ ଲିଡ୍ ରୋଲ ପାଇଁ ପ୍ରଥମେ ଶାହାରୁଖ୍ ଖାନ ଓ ପରେ ରଣବୀର କପୁରଙ୍କୁ କୁହାଯାଇଥିଲା। ହେଲେ ତାଙ୍କ ଦ୍ୱାରା ରିଜେକ୍ଟ ହେବା ପରେ ଏହି ଚରିତ୍ରଟିକୁ ପରଦା ଉପରେ ନିଭେଇଥିଲେ ଅର୍ଜ୍ଜୁନ୍ କପୁର। ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା।

ଦିଲ୍ ଧଡ଼କନେ ଦୋ:

dil dhadakne do

ଜୋୟା ଅଖତରଙ୍କ ଦ୍ୱାରା ଡିରେକ୍ଟେଡ୍ ଫିଲ୍ମ ‘ଦିଲ୍ ଧଡ଼କନେ ଦୋ’ରେ ରଣବୀର ସିଂଙ୍କ ଚରିତ୍ରଟି ପ୍ରଥମେ ରଣବୀର କପୁରଙ୍କୁ ଅଫର୍ ହୋଇଥିଲା। ସେ ମନା କରିବାରୁ ଏଥିରେ ରଣବୀର ସିଂଙ୍କୁ ଫାଇନାଲ୍ କରାଯାଇଥିଲା। ସେହିପରି ପ୍ରିୟଙ୍କା ଚୋପ୍ରାଙ୍କ ରୋଲ୍ ପାଇଁ ମଧ୍ୟ ପ୍ରଥମେ କରୀନା କପୁରଙ୍କୁ ଅଫର୍ ମିଳିଥିଲା।

ଗଲିବୟ:

gully boy

ସୁପରହିଟ୍ ଫିଲ୍ମ ‘ଗଲିବୟ’ରେ ରଣବୀର କପୁରଙ୍କୁ ଅପର୍ ହୋଇଥିଲା ରଣବୀର ସିଂଙ୍କ ସହ କଳାକାର ଭାବେ ଏକ ଚରିତ୍ର ଯାହାକୁ କରିବାକୁ ସେ ମନା କରିଦେଇଥିଲେ। ରଣବୀର ସିଂ ଲିଡରେ ଥିବା ଫିଲ୍ମରେ ସେ ଏକ ସର୍ପୋଟିଂ କ୍ୟାରେକ୍ଟରରେ ଅଭିନୟ କରିବାକୁ ଇଚ୍ଛୁକ ନଥିଲେ। ପରେ ଏହି ଫିଲ୍ମଟି ବହୁ ପ୍ରଶଂସାର ପାତ୍ର ହୋଇଥିଲା।

Comment