ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରୁ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ। ଏଥିସହ ରାଜ୍ୟର ସମୁଦାୟ କରୋନାରୁ ସୁସ୍ଥ ହେବା ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୬୦ ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ଏଥିସହିତ ଗଜପତିରୁ ୨୦, ଖୋର୍ଦ୍ଧାରୁ ୧୯, କଟକରୁ ୧୮, ଭଦ୍ରକରୁ ୧୪, କେନ୍ଦୁଝରରୁ ୧୩, ନୟାଗଡ଼ରୁ ୧୨, ମୟୂରଭଞ୍ଜରୁ ୧୦, ଯାଜପୁରରୁ ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୁଳରୁ ୪, ଓ ଢେଙ୍କାନାଳରୁ ୩ ଜଣ ସୁସ୍ଥ ହୋଇଛନ୍ତି।

ଏହାସହ ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଏବଂ ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି।

Comment