ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିକ୍‌ ଟକ୍‌ର ଜବାବ ଚିଙ୍ଗାରୀ ଆପ। ଏହାକୁ ତିଆରି କରିବାରେ ସହାୟତା କରିଛନ୍ତି ଓଡ଼ିଶାର ବିଶ୍ୱାତ୍ମା ନାୟକ। ଏହି ଆପ ଏବେ ସମସ୍ତଙ୍କର ପ୍ରିୟ ହୋଇଛି। ମାତ୍ର ଅଳ୍ପ କେତୋଟି ସପ୍ତାହ ମଧ୍ୟରେ ଗୁଗଲ ପ୍ଲେ ଷ୍ଟୋରରେ ଅଢେଇ ଲକ୍ଷ ଡାଉନଲୋଡ଼ କରାଯାଇଛି।

ଏହି ଆପକୁ ଲୋକେ ଏତେ ଭଲ ପାଉଛନ୍ତି ଯେ ଦେଶର ବଡ଼ ବଡ଼ କର୍ପୋରେଟ ହାଉସ ଏହାକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଖାଲି ସେତିକି ନୁହେଁ ଏହି ଆପକୁ ପ୍ରମୋଟ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଛି। ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ର ଏକ ଟୁଇଟରେ ଏହି ଆପକୁ ଡାଉନଲୋଡ଼ କରିବା କଥା କହିଛନ୍ତି। ଗୁଗୁଲ ପ୍ଲେ ଷ୍ଟୋରରେ ଏହା ଏବେ ଟପ ୧୦ଟି ଟ୍ରେଣ୍ଡିଙ୍ଗ ଆପ ଭିତରେ ସ୍ଥାନ ପାଇଛି।

ଚିଙ୍ଗାରୀ ଆପର ବିଶେଷତ୍ୱ ହେଉଛି ଯେ ଭିଡିଓ ଡାଉନଲୋଡ଼ ଓ ଅପଲୋଡ଼, ଚାଟ, ସେୟାର, ବ୍ରାଉଜ ଆଦି ସହଜରେ କରି ହେଉଛି। ଏହି ଆପ ଜରିଆରେ ୟୁଜର GIF ଷ୍ଟିକର, ଅଡିଓ କ୍ଲିପ ଓ ଫୋଟୋକୁ ନେଇ ଖେଳି ପାରିବେ। ପ୍ରତି ଭିଡିଓ ଅପଲୋଡ଼ ପାଇଁ ଗ୍ରାହକଙ୍କୁ ପଏଣ୍ଟ ମଧ୍ୟ ମିଳିଥାଏ ଯାହାକୁ ଟଙ୍କାରେ ପରିଣତ କରା ଯାଇପାରେ। ଚିଙ୍ଗାରୀ ଆପ ଦେଶର ବଡ଼ ବଡ଼ ଭାଷାରେ ଉପଲବ୍ଧ ହେଉଛି।

କଟକ ଜିଲ୍ଲାରେ ଜନ୍ମ ହୋଇଥିବା ବିଶ୍ୱାତ୍ମା ନାୟକ ସିଦ୍ଧାର୍ଥ ଗୌତମଙ୍କ ସହ ମିଶି ଏହି ଆପକୁ ତିଆରି କରିଛନ୍ତି।ଅଡିଓ ଓ ଭିଡ଼ିଓ ପ୍ଲାଟଫର୍ମ ରେ ଏହି ଆପ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।

Comment