ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଏକ ଆଣ୍ଟି ଭାଇରାଲ ଔଷଧ ବଜାରକୁ ଆସିବ। ଏଥର ଦେଶର ଅନ୍ୟତମ ବଡ଼ ଫାର୍ମା କମ୍ପାନି ସିପ୍ଲାର ପାଳି। ରେମଡେସିଭିର ମୂଳ ଔଷଧକୁ ଭିତ୍ତି କରି ସିପ୍ଲା କମ୍ପାନି ଏହି ବଟିକା ଉତ୍ପାଦନ କରିବ। ବଟିକାର ନାଁ ରଖାଯାଇଛି ସିପ୍ରେମି। ଜରୁରିକାଳୀନ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯିବ।

ଭାରତ ସରକାରଙ୍କ ପକ୍ଷରୁ ପୂର୍ବରୁ ଦୁଇଟି କମ୍ପାନିକୁ କରୋନା ବଟିକା ତିଆରି ପାଇଁ ଅନୁମତି ମିଳିଥିଲା। ଗ୍ଲେନମାର୍କର ଫ୍ୟାଭିଫ୍ଲୁ ଓ ହେଟେରୋ ଫାର୍ମା ପକ୍ଷରୁ କୋଭିଫର ଦୁଇ ରକମର ବଟିକା ଆଗରୁ ବଜାରକୁ ଆସି ସାରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଯେଉଁ ଗାଇଡଲାଇନ ଦିଆଯାଇଛି ସେଥିରେ ଏହିସବୁ ବଟିକାକୁ ‘ଇନଭେଷ୍ଟିଗେସନାଲ ଥେରାପି’ ବୋଲି କୁହାଯାଉଛି। କୋଭିଡ ୧୯ ରୋଗୀଙ୍କୁ ଏହା କେବଳ ଜରୁରିକାଳୀନ ପରିସ୍ଥିତିରେ ହିଁ ଦିଆଯିବ। ଉଲ୍ଲେଖ କରାଯାଇପାରେ ଯେ, ଏପର୍ଯ୍ୟନ୍ତ ରେମଡେସିଭିର ହେଉଛି ଏକ ମାତ୍ର ଔଷଧ ଯାହାକୁ ଆମେରିକା ସରକାର ଅନୁମତି ଦେଇଛନ୍ତି ଓ ଏହା କେବଳ ହସ୍ପିଟାଲରେ ହିଁ ରୋଗୀଙ୍କୁ ଦିଆଯିବ।

Comment