ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ। କରୋନାର ଚିକିତ୍ସା ପାଇଁ ବ୍ୟବହାର ହେବାକୁ ଥିବା ରେମଡେସିଭିର ଔଷଧ ଆସି ଓଡ଼ିଶାର କିଛି ହସ୍ପିଟାଲରେ ପହଞ୍ଚିସାରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ଔଷଧକୁ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ। ଏଥିସହ ଖୁବଶୀଘ୍ର ଫାବିଫ୍ଲୁ ନାମକ ଆଉ ଏକ ଔଷଧ ମଧ୍ୟ ଓଡ଼ିଶାକୁ ଆସିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଜୁଲାଇ ୧ ରୁ ଭୁବନେଶ୍ୱର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସେରୋଲୋଜିକାଲ୍ ସର୍ଭେ କରାଯିବ। ଏହାସହ କଟକର ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ମଧ୍ୟ ସେରୋଲୋଜିକାଲ୍ ସର୍ଭେ କରାଯିବ। ଗତ ଶନିବାରଠାରୁ ପୁରୀରେ ଏହି ସେରୋଲୋଜିକାଲ୍ ସର୍ଭେ ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।

Comment