ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଗାର୍ଗୀ ମହାନ୍ତି। ପିଲାବେଳର ବନ୍ଧୁ ରବିନ୍ଦ୍ର ପାଢ଼ୀଙ୍କ ସହ ରବିବାର ତାଙ୍କର ବିବାହ ସମ୍ପନ୍ନ ହୋଇଛି।

କରୋନା ସମୟରେ ଦୁଇ ପରିବାର ସହଯୋଗରେ ଏହି ବିବାହ ହୋଇଥିଲା।  କରୋନା ଯୋଗୁଁ ବେଶୀ କେହି ଲୋକ ଏହି ବାହାଘରରେ ସାମିଲ ହୋଇନଥିଲେ। କୋଭିଡ କଟକଣା ଭିତରେ ପରିବାର ଲୋକ ଓ ଅଳ୍ପ କିଛି ଘନିଷ୍ଠ ଲୋକଙ୍କ ଗହଣରେ ଏହି ବିବାହ ସମ୍ପନ୍ନ ହୋଇଥିଲା।

ଗାର୍ଗୀ ଜଣେ ଦକ୍ଷ ଅଭିନେତ୍ରୀ ହେବା ସହିତ ଜଣେ ଦମଦାର ଡ୍ୟାନ୍ସର ମଧ୍ୟ। ସେ ପ୍ରଥମେ ଓଡ଼ିଆ ଆଲବମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୫ରେ ସେ ଓଡ଼ିଆ ଫିଲ୍ମ ଜଗତରେ ଅଭିନୟ ଆରମ୍ଭ କରିଥିଲେ। ଗାର୍ଗୀଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅର୍ଜୁନ’। ଏହାପରେ ସେ ଅନେକ ମେଗା ଧାରାବାହିକରେ କାମ କରିଛନ୍ତି।

Comment