ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଓଏଫ୍ଏସ୍ ଚାକିରିରେ ଯୋଗ ଦେଇଥାନ୍ତେ। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଅଭିଳାଷ। ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ରହୁଥିବା ଅଭିଳାଷ ନିଜ ଘରେ ଏକ ଓଢ଼ଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଅଭିଳାଷ ସ୍ୱରୂପ ମହାପାତ୍ରଙ୍କ ନିଜ ଘର ଟିଟିଲାଗଡ଼ ହୋଇଥିବାବେଳେ ସେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନସ୍ଥ ଡୁମୁଡୁମା ଅଞ୍ଚଳରେ ରହୁଥିଲେ। ସେ ପର୍ବରୁ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ହେଲେ କିଛି ଦିନ ତଲେ ସେ ଓଡ଼ିଶା ଫାଇନାନ୍ସ ସର୍ଭିସରେ ଚାକିରି ପାଇଥିଲେ। ଜୁନ୍ ୨୯ ତାରିଖରେ ସେ ଚାକିରିରେ ଯୋଗ ଦେବାର ଥିଲା। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି।

ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି। କୁହାଯାଉଛି ଯେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଛନ୍ତି।

ହେଲେ ଏପର୍ଯ୍ୟନ୍ତ ତାଙ୍କର ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେ କାହିଁକି ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।

Comment