ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି। ଭାରତୀୟ ବାୟୁସେନାକୁ ଫ୍ରାନ୍ସରୁ ଜୁଲାଇ ୨୭ରେ ୬ଟି ରାଫେଲ ଯୁଦ୍ଧ ବିମାନ ମିଳିବ।

ଭାରତୀୟ ପାଇଲଟ୍‌ ଏହି ବିମାନରେ ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ୟୁଏଇର ଅଲଡାଫରା ଏୟାରବେସରେ ଅବତରଣ କରିବେ। ଏଠାରେ ଟେକ୍ନିକାଲ ଚେକଅପ୍‌ ସରିବା ପରେ ବିମାନ ସିଧା ଏହି ଭାରତର ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନରେ ଅବତରଣ କରିବ।

ଏହି ବିମାନଗୁଡ଼ିକ ମେ’ ମାସରେ ପହଞ୍ଚିବାର ଥିଲା, କିନ୍ତୁ କରୋନା କରୋନା କାରଣରୁ ଠିକ୍ ସମୟରେ ପହଞ୍ଚି ପାରି ନଥିଲା। ୨୦୨୨ ସୁଦ୍ଧା ଫ୍ରାନ୍ସର ସମସ୍ତ ୩୬ଟି ରାଫେଲ ବିମାନ ଅଣାଯିବ।

ଜୁନ୍‌ ୨ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସେ ସମୟରେ ଫ୍ରାନ୍ସ ସ୍ପଷ୍ଟ କରିଥିଲା ଯେ ଉଚିତ ସମୟରେ ଭାରତକୁ ରାଫେଲ ମିଳିଯିବ।

Comment