ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ୟ (ଏଲ୍‌ଏସି)ରେ ଏବେ ବି ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ରହିଛି। କଥା ଦେବା ପରେ ଏବେ ବି ପୂର୍ବ ଲଦାଖ, ଗଲଓ୍ୱାନ ଘାଟିର ବିବାଦୀୟ ସ୍ଥାନରୁ ପଛକୁ ହଟୁନି ଚୀନ। ଏବେବି ସେଠାରେ କ୍ୟାମ୍ପ, ଜେସିବି ମେସିନ୍ ଓ ଚୀନ ସେନା ଗାଡି ରହିଛି। ରବିବାର ଆସିଥିବା ସାଟେଲାଇଟ ଇମେଜରୁ ଏହା ଜଣାପଡ଼ିଛି।

ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଚୀନ ପଛକୁ ହଟିବ ବୋଲି କହିଥିଲା। ତେବେ ଏବେ ପ୍ରଶ୍ନ ଉଠୁଛି ଯେ କାହିଁକି ବିବାଦୀୟ ସ୍ଥାନରୁ ପଛକୁ ହଟୁନି ଚୀନ, ଏହା ପଛରେ କ’ଣ ଚୀନ ସେନା ପିପୁଲ୍ସ ଲିବରେସନ୍ ଆର୍ମିର କିଚି ନୂଆ ଚାଲ୍‌ ରହିଛି?

ତେବେ ଚୀନର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ମଧ୍ୟ ସୀମାରେ ପୂରା ଆଲର୍ଟରେ ରହିଛି। ଅନ୍ୟପକ୍ଷରେ ଜୁନ ୧୫ରେ ଘଟିଥିବା ସଂଘର୍ଷ ପରେ ଭାରତ ତା’ର ନିର୍ମାଣ କାର୍ଯ୍ୟ ଜୋରସାର କରୁଛି। ଉତ୍ତର ଲଦାଖରେ ହାଇଓ୍ୱେ କାର୍ଯ୍ୟ ଜାରି ରହିବ ବୋଲି ଚୀନକୁ ସ୍ପଷ୍ଟ କରିଛି ଭାରତ। ସୀମାରେ ଉତ୍ତେଜନା କମ୍‌ କରିବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିବ କିନ୍ତୁ ଭାରତ ତା’ର ନିର୍ମାଣ କାମ ବନ୍ଦ କରିବ ନାହିଁ କହିଛି।

Comment