ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟରେ ଆଉ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ବର୍ତ୍ତମାନ ରାଜ୍ୟରେ ୫,୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୁସ୍ଥ ହୋଇଥିବା ୨୪୩ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୯ ଜଣ ରହିଛନ୍ତି। ସେହିପରି ଗଞ୍ଜାମରେ ୪୧, ଖୋର୍ଦ୍ଧା ୩୮, କନ୍ଧମାଳରୁ ୧୭, ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ ୧୦, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କରୋପୁଟରୁ ୭, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ଜଗତସିଂହପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ବାଲେଶ୍ଵରରୁ ୨ ଓ କଳାହାଣ୍ଡିରୁ ଜଣେ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ୨୦୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬୫ରେ ପହଞ୍ଚିଛି। ଏଥିମଧ୍ୟରୁ ୧,୮୪୩ଟି ଆକ୍ଟିଭ କେସ ଥିବାବେଳେ ୫,୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୫ଜଣଙ୍କର ମୃତ୍ୟୁ ହୋଇଛି।

Comment