ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ମାସ ପାଇଁ ରାଜ୍ୟ ସରକାର ଆଜି ନୂଆ କଟକଣା ଜାରି କରିଛନ୍ତି। ଏହି ମାସରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ ଆସିଲେ କାହାରିକୁ ଛଡ଼ାଯିବ ନାହିଁ ବୋଲି ରାଜ୍ୟ ମୁଖ ଶାସନ ସଚିବ ଅସିତ ତ୍ରିପାଠୀ ସଫା ସଫା କହିଛନ୍ତି। ଏହି ମାସରେ ‘ଜିରୋ ଟଲରାନ୍ସ’ ନୀତି ଅପଣାଯିବ।

ମାସ୍କ ନପିନ୍ଧିଲେ ପୂର୍ବଭଳି ଜରିମାନା ଆଦାୟ କରାଯିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ ଓ ବେସରକାରୀ ଅଫିସରେ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ହେବ। ନିୟମ ଉଲ୍ଲଂଘନ ହେଲେ ସଂପୃକ୍ତ ଅଫିସର ଉଚ୍ଚପଦସ୍ଥ ଅଧିକାରୀ ଦାୟୀ ରହିବେ।

ଏହାସହ ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ। ରେଷ୍ଟୁରାଣ୍ଟ ଏବଂ ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖୋଲା ରହିବ। ହେଲେ ଏଠାରେ କେହି ଖାଇ ପାରିବେ ନାହିଁ। ଖାଦ୍ୟ କେବଳ ପାର୍ସଲ ନେଇପାରିବେ।

Comment