ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ଗଠନ କରାଯିବ। କେବଳ ଲକ୍ଷଣ ଯୁକ୍ତ ଲୋକ ସେଠାକୁ ଆସିବେ ଓ ଆଇସୋଲେସନରେ ରହିବେ। କୋଭିଡ୍‌ କେୟାର ହୋମ୍‌ ଦାୟିତ୍ଵରେ ସରପଞ୍ଚ ରହିବେ। ଏନେଇ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଏହାସହ ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ। ଏବେ କୋଭିଡ୍‌ କେୟାର ହୋମ୍‌ ହେବା ପରେ ବର୍ତ୍ତମାନ କ୍ଵାରେଣ୍ଟାଇନ୍‌ ସେଣ୍ଟରକୁ ହ୍ରାସ କରାଯିବ। ବର୍ତ୍ତମାନ ରାଜ୍ୟରେ ମୋଟ୍‌ ୧୬,୮୨୪ କ୍ଵାରେଣ୍ଟାଇନ୍‌ ସେଣ୍ଟର ରହିଛି।

ଏପର୍ଯ୍ୟନ୍ତ ୭ ଲକ୍ଷ ୪୬ ହଜାର ୯୮ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁରୁ ଡିସଚାର୍ଜ ହୋଇସାରିଛନ୍ତି। ବର୍ତ୍ତମାନ ଆହୁରି ୧ ଲକ୍ଷ ୧୫ ହଜାର ଲୋକ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି।

ଜୁଲାଇ ମାସରେ ଅଧିକ ଧରପଗଡ଼ କରାଯିବ। ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରାଯିବ। ମାସ୍କ ନପିନ୍ଧିଲେ ପୂର୍ବଭଳି ଜରିମାନା ଆଦାୟ କରାଯିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହାସହ ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ସ୍କୁଲ, କଲେଜ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ। ଅନ୍ୟପକ୍ଷରେ ରେଷ୍ଟୁରାଣ୍ଟ ଖୋଲା ରହିବ ହେଲେ ଖାଦ୍ୟ ପାର୍ସଲ ନିଆଯାଇପାରିବ।

ରାତ୍ରକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ କରାଯାଇଛି। ଜୁଲାଇ ୧ରୁ ରାତି ୯ରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ। କେବଳ ଜରୁରୀସେବା କର୍ମଚାରୀମାନେ କଟକଣା ମୁକ୍ତ ହେବେ। ସେହିପରି ୧୦ଟି ଜିଲ୍ଲାରେ ଶନିବାର ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

Comment