ଓଡ଼ିଶାଲାଇଭ୍ ବ୍ୟୁରୋ

black tea face spray-1

ଗରମ ଦିନରେ ତ୍ୱଚା ଅତିଶୀଘ୍ର ମଳିନ ପଡ଼ିଯାଏ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ଦାଗ, ବ୍ରଣ ଆଦି ଯୋଗୁଁ ତ୍ୱଚାର ଚମକ ହଜିଯାଏ। ପୋଷକ ତତ୍ତ୍ୱର ଅଭାବ ଏବଂ ତ୍ୱଚାର ସଠିକ୍ ଯତ୍ନ ନ ନେଇପାରିଲେ ଏପରି ହୁଏ। ତେବେ ଏହି ସମୟରେ ଘରେ ଆପଣ ପ୍ରସ୍ତୁତ କରିପାରିବେ ବ୍ଲାକ୍ ଟି ଫେସ୍ ସ୍ପ୍ରେ। ଏହା ତ୍ୱଚାକୁ ତାଜା ଏବଂ ଚମକଦାର କରାଇଥାଏ। ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଏହି ଫେସ୍ ସ୍ପ୍ରେ-

ଏହି ସ୍ପ୍ରେ ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପାଣି, ଆଲୋବେରା ଜେଲ୍, ବ୍ଲାକ୍ ଟି ବ୍ୟାଗ୍, ଲିଭେଣ୍ଡର ଏସେନ୍ସିଆଲ୍ ଅଏଲ୍ ଏବଂ ପିମ୍ପେରାମେଣ୍ଟ ଅଏଲ୍।

କିପରି ପ୍ରସ୍ତୁକ କରିବେ?

-ପ୍ରଥମେ ଏକ ପ୍ୟାନରେ ପାଣି ଗରମ କରନ୍ତୁ। ପାଣି ଫୁଟିବା ପରେ ଏଥିରେ ବ୍ଲାକ୍ ଟି ବ୍ୟାଗ୍ ପକାଇ ଆହୁରି ୫ ମିନିଟ୍ ଫୁଟାନ୍ତୁ।

-ବର୍ତ୍ତମାନ ଏଥିରୁ ଟି ବ୍ୟାଗ୍ ବାହାର କରିଦିଅନ୍ତୁ। ଏଥିରେ ଲିଭେଣ୍ଡର ଏସେନ୍ସିଆଲ୍ ଅଏଲ୍, ପିମ୍ପାରେମେଣ୍ଟ ଅଏଲ୍ ଏବଂ ଏଲୋବେରା ଜେଲକୁ ପକାଇ ଭଳଭାବରେ ମିଶାନ୍ତୁ।

blacktea face spray-1

-ଏହି ମିଶ୍ରଣକୁ ଥଣ୍ଡା କରି ଏକ ସ୍ପ୍ରେ ବୋତଲରେ ଭର୍ତ୍ତୀ କରିଦିଅନ୍ତୁ। ଏହାକୁ ଫ୍ରିଜରେ ରଖନ୍ତୁ ଯାହା ଦ୍ୱାରା ଏହା ଥଣ୍ଡା ରହିବ।

-ଏହି ମିଶ୍ରଣକୁ ପ୍ରତିଦିନ ମୁହଁରେ ସ୍ପ୍ରେ କରିବା ଦ୍ୱାରା ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର ହୋଇଥାଏ। ଏହା ତ୍ୱଚାର ଥକାପଣ ଦୂର କରିବା ସହ ଚେହେରାର ଚମକ ବଢ଼ାଇଥାଏ। ଏହାର ବ୍ୟବହାର ଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଇନଫେକ୍ସନ, ଏଲର୍ଜି ଆଦିର ଭୟ ନଥାଏ।

Comment