ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଆଉ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ଅନ୍ୟ ୫ ଜଣ ଲୋକାଲ୍‌ କେସ ଅଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ହୋମ୍‌ କ୍ଵାରେଣ୍ଟିନରୁ ଚିହ୍ନଟ ବ୍ୟକ୍ତି ଜଣକ ଦିଲ୍ଲୀ ଫରେନ୍ତା ରେଳ କର୍ମଚାରୀ। ସେହିପରି ୫ ଜଣ ଲୋକାଲ କେସ୍‌ ମଧ୍ୟରୁ ଶିରିପୁର ଲକ୍ଷ୍ମୀ ବଜାର ବସ୍ତିରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣ ହେଲେ ବମିଖାଲ କେନାଲ ରୋଡ୍‌ରେ ଜଣେ ନାବାଳକ ଓ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ଜଣେ ପୁରୁଷ।

ଏହାସହ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଛି। ୧୮୫ ଜଣ ସୁସ୍ଥ ହୋଇଥିବା ବେଳେ ୧୩୦ ଜଣ ସକ୍ରିୟ ରହିଛନ୍ତି।

Comment