ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇର ସୁରକ୍ଷାକୁ ନେଇ ଆସିଛି ବଡ଼ ଖବର। ମୁମ୍ବାଇସ୍ଥିତ ତାଜ୍‌ ହୋଟେଲକୁ ବମ୍‌ରେ ଉଡ଼ାଇ ଦେବାକୁ ଫୋନରେ ମିଳିଛି ଧମକ। ଏହି ଫୋନ କଲ୍‌ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି।

ବ୍ୟକ୍ତି ଜଣକ ନିଜକୁ ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଇବା ସଦସ୍ୟ ଭାବେ ପରିଚୟ ଦେଇ କହିଛି,‘‘ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମସ୍ତେ ଦେଖିଲେ। ଏବେ ତାଜ୍‌ରେ ୨୬/୧୧ ଭଳି ଆକ୍ରମଣ ପୁଣି ଥରେ ହେବ’’।

ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

୨୦୦୮ରେ ମୁମ୍ବାଇ ଦେଖିସାରିଛି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ନଭେମ୍ବର ୧୧ରେ ଏହି ହୋଟେଲ୍‌ ସହିତ ଆତଙ୍କବାଦୀମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିଲା।

Comment