ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠାରୁ ଦୋକାନ କୋଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ ଓ ବିୟର କାଉଣ୍ଟରରେ ମିଳିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମଦ ଦୋକାନ ଖୋଲା ରହିବ। ଏଥିପାଇଁ ବିଭିନ୍ନ ନିୟମ ମଧ୍ୟ କଡ଼ାକଡ଼ି କରାଯାଇଛି।

ଏହାସହ କାଉଣ୍ଟରରେ ଭିଡ଼କୁ ଏଡ଼ାଇବା ପାଇଁ ଇ-ଟୋକନ ବ୍ୟବସ୍ଥା କରାଯିବ। ଟୋକନରେ ସ୍ଲଟ ବୁକିଂ କରି ଟୋକେନ ହାସଲ କରିବାକୁ ହେବ। ଟୋକେନ ପାଇବା ପରେ ମଦ ଦୋକାନରୁ ମଦ ମିଳିପାରିବ।

ଭିଡ଼ ଏଡାଇବାକୁ ଦୋକାନରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ସାମାଜିକ ଦୂରତା କିଭଳି ରହି ପାରିବ ସେନେଇ ଦୋକାନୀ ନିଘା ରଖିବେ। ଗ୍ରାହକ ଓ ଦୋକାନୀ ଉଭୟ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ। ନିୟମ ଉଲ୍ଲଘଂନ କଲେ ଜିଲ୍ଲାପାଳ ଦୋକାନ ବନ୍ଦ କରିପାରିବେ।

ଦୋକାନରେ ଅଧିକ କର୍ମଚାରୀ ମଧ୍ୟ ନିୟୋଜିତ କରାଯିବ। ଅନ୍ୟପକ୍ଷରେ ପୂର୍ବ ପରି ମଦ ହୋମ୍‌ ଡେଲିଭରି ମଧ୍ୟ ଚାଲୁ ରହିବ।

Comment