ଓଡିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ଵରରୁ ଚିହ୍ନଟ ହେଲେ ପୁଣି ୧୨ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୨ ଛୁଇଁଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ବୁଧବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ବାକି ୮ଜଣ ଆକ୍ରାନ୍ତ ଲୋକାଲ କେସ ବୋଲି ଜଣାପଡ଼ିଛି। ଏହାସହ ଆଜି ଭୁବନେଶ୍ଵରର ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବୁଧବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟଙ୍କପାଣି ରୋଡର ଚିଲି ପୋଖରୀ ନିକଟବର୍ତ୍ତୀ ଅଞ୍ଚଳରୁ ୨ ଜଣ, ଶୈଳଶ୍ରୀ ବିହାରରୁ ଜଣେ, ଖଣ୍ଡଗିରିର ତୃପ୍ତି ରେସିଡେନ୍ସି ନିକଟରୁ ଜଣେ, ଡୁମଡ଼ୁମା ସୁଖ ବିହାର ବସ୍ତିରୁ ଜଣେ, ଡୁମଡ଼ୁମା ରସୁଲଗଡ଼ ନଗର ବସ୍ତିରୁ ୨ ଜଣ, ଲୋୟଲା ସ୍କୁଲ ନିକଟବର୍ତ୍ତୀ ଶ୍ରୀରାମ ନଗରରୁ ଜଣେ, ନିଳାଦ୍ରୀ ବିହାରରୁ ଜଣେ, ଜାଗମରାରୁ ଜଣେ, ୟୁନିଟ୍-୨ ଅଞ୍ଚଳରୁ ଜଣେ ଏବଂ ଏକ ଘରୋଇ ହସ୍ପିଟାଲର ଜଣେ ଆକ୍ରାନ୍ତ ରହିଛନ୍ତି।

ଏହାକୁ ମିଶାଇ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯୨ ଜଣ ସୁସ୍ଥ ହୋଇଥିବାବେଳେ ୧୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରର ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment