ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sadak 2

ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ସ୍କୁଲ କଲେଜଠାରୁ ଆରମ୍ଭ କରି ସିନେମାଘର ପର୍ଯ୍ୟନ୍ତ ସବୁ ବନ୍ଦ। ତେଣୁ ବଲିଉଡ କଳାକାରଙ୍କ ଅଭିନୀତ ଫିଲ୍ମ ରିଲିଜ୍ ହୋଇପାରୁନାହିଁ। ତେବେ ଏହି ସମୟରେ ଦର୍ଶକଙ୍କ ପାଇଁ ଓଟିଟି ପ୍ଲାଟଫର୍ମ ସାଜିଛି ସିନେମା ହଲ୍। ଏଥିମଧ୍ୟରେ ଏହି ପ୍ଲାଟଫର୍ମରେ ରିଲିଜ୍ ହୋଇଛି ବହୁତ ଭଲ ଫିଲ୍ମ ଯେପରିକି ଅମିତାଭ ଏଭଂ ଆୟୁଷ୍ମାନଙ୍କ ଅଭିନୀତ ‘ଗୁଲାବୋ ସିତାବୋ’। ତେବେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡ଼କ ୨’ ମଧ୍ୟ ଏହି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି।

ମହେଶ ଭଟ୍ଟଙ୍କ ନିର୍ମିତ ‘ସଡ଼କ ୨’ ହେଉଛି ତାଙ୍କ ଝିଅ ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତଙ୍କ ଅଭିନୀତ ‘ସଡ଼କ’ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତ। ଏହି ଫିଲ୍ମଟି ପ୍ରଥମେ ଜୁଲାଇ ୧୦ରେ ସିନେମାଘରଗୁଡ଼ିକରେ ରିଲିଜ୍ ହୋଇଥାନ୍ତା। ହେଲେ କରୋନା ଯୋଗୁଁ ମହେଶ ଭଟ୍ଟ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

sadak-2

ଏନେଇ ମୁକେଶ ଭଟ୍ଟ କହିଛନ୍ତି ବର୍ତ୍ତମାନ ସିନେମାଘରେ ଏହି ଫିଲ୍ମର ରିଲିଜ୍ ସମ୍ଭବ ନୁହେଁ ଏବଂ ଭବିଷ୍ୟତରେ ମଧ୍ୟ କୌଣସି ଆଶା ନାହିଁ। ତେଣୁ ଇଚ୍ଛା ନଥିଲେ ମଧ୍ୟ ସେ ବାଧ୍ୟ ହୋଇ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ସୁଦ୍ଧା ଓଟିଟିର କେଉଁ ପ୍ଲାଟଫର୍ମରେ ଏହା ରିଲିଜ୍ ହେବ ସେନେଇ କୌଣସି ତଥ୍ୟ ସାମନାକୁ ଆସିନାହିଁ।

Comment