ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଦିଶା ପଟାନି ତାଙ୍କ ସୌନ୍ଦର୍ଯ୍ୟ ଏବଂ ସେକ୍ସି ଫିଗର ପାଇଁ ବେଶ୍‌ ପରିଚିତ। ନିଜ ତ୍ୱଚା ଓ ସୁନ୍ଦର ଫିଗର ବଜାୟ ରଖିବା ପାଇଁ ଦିଶା ପଟାନି କଠିନ ପରିଶ୍ରମ କରନ୍ତି।

ନିକଟରେ ଏକ ଇଣ୍ଟରଭ୍ୟୁରେ ଦିଶାଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରାଜ ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ଦିଶା କହିଛନ୍ତି ଯେ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ହେଉଛି ଘରୋଇ ଉପଚାର। ତେବେ ଜାଣନ୍ତୁ ଦିଶା ତାଙ୍କ ଉଜ୍ଵଳ ଚେହେରା ପାଇଁ କ’ଣ କରନ୍ତି?

ଦିଶା ପାଟାନି ତାଙ୍କ ସୁସ୍ଥ ଚର୍ମ ପାଇଁ ବହୁତ ପାଣି ପିଅନ୍ତି। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଦିଶା ପଟାନି ଦିନକୁ ୮ ରୁ ୧୦ ଗ୍ଲାସ୍ ପାଣି ପିଅନ୍ତି। ଅଧିକ ପାଣି ପିଇବା ଚର୍ମ ଉପରେ ଚମକ ଆଣିଥାଏ ବୋଲି ସେ କହିଛନ୍ତି। ଦିଶା କେବଳ ଘରୋଇ ଖାଦ୍ୟ ଖାଇଥା’ନ୍ତି।

ତ୍ୱଚାକୁ ଚମକାଇବା ପାଇଁ ସେ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତି।

ଦିଶା ତାଙ୍କ ତ୍ଵଚା ପାଇଁ ସବୁଜ ପନିପରିବା ଏବଂ ଫଳ ଖାଇଥା’ନ୍ତି। ଫଳ ଏବଂ ସବୁଜ ପନିପରିବା ଖାଇବା କେବଳ ଚର୍ମକୁ ଉଜ୍ଜ୍ୱଳ କରେ ନାହିଁ ବରଂ ତାଙ୍କୁ ଫିଟ୍ ମଧ୍ୟ ରଖେ। ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରରେ ଚର୍ବି ସୃଷ୍ଟି ହୁଏ ନାହିଁ ।

ଦିଶା ପଟାନି ନିଜକୁ ପତଳା ରଖିବା ପାଇଁ ଯୋଗ କରିଥା’ନ୍ତି। ଦିଶା ସକାଳେ ଉଠି ପ୍ରଥମେ ସୂର୍ଯ୍ୟ ନମସ୍କାର କରନ୍ତି। ସ୍ୱାସ୍ଥ୍ୟ ସହିତ ଯୋଗ କରିବା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ।

ଦିଶା ପଟାନି ତାଙ୍କର ଚର୍ମ ସହିତ କେଶର ଯତ୍ନ ନିଅନ୍ତି। ଦିଶା ତାଙ୍କ କେଶରେ ବାଦାମ ତେଲ ଲଗାନ୍ତି। ବାଦାମ ତେଲ କେଶକୁ ଚମକ ଏବଂ ସୁସ୍ଥ କରିଥାଏ।

Comment