ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷରେ ପହଞ୍ଚିବାକୁ ଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୫ ଲକ୍ଷ ୮୫ ହଜାର ୪୯୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଏଥିମଧ୍ୟରୁ ୧୭,୪୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଲକ୍ଷ ୪୭ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୬୫୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୫୦୭ ଜଣଙ୍କର ମୃତ୍ୟୁ ଘଟିଛି।

ଲଗାତାର ୮ ଦିନ ହେଲା ଦେଶରେ କୋଭିଡ -୧୯ର ୧୫ ହଜାରରୁ ଅଧିକ ନୂଆ ମାମଲା ଆସିଛି।

ଦୁନିଆର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ

କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ। ଆମେରିକା, ବ୍ରାଜିଲ, ୠଷ୍‌ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆମେରିକା ଏବଂ ବ୍ରାଜିଲ ପରେ ଗୋଟିଏ ଦିନରେ ଭାରତରେ ସର୍ବାଧିକ ସଂଖ୍ୟକ ମାମଲା ଆସିଛି।

Comment