ଓଡିଶାଲାଇଭ ବ୍ୟୁରୋ

ଆଜିଠୁ ଅନଲକର ଦ୍ୱିତୀୟ ପର୍ଯ୍ୟାୟ। ଏହି ପର୍ଯ୍ୟାୟ ପାଇଁ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆସନ୍ତୁ ଜାଣିବା ଏହି ପର୍ଯ୍ୟାୟରେ କ’ଣ ରହିଛି ନୂଆ ନିୟମ।

  • ରାତି ୧୦ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ।
  • ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ।
  • ଆନ୍ତର୍ଜାତିକ ବିମାନ ସେବା ଓ ମେଟ୍ରୋ ରେଳସେବା ବନ୍ଦ।
  • କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ କଟକଣା।
  • ଗୃହ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ କଣ୍ଟେନମେଣ୍ଟ ଜୋନ।
  • ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ୍‌, ପାର୍କ, ବନ୍ଦ ରହିବ।
  • ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଭିତ୍ତିକ ସମାବେଶ ବନ୍ଦ।
  • ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ।
  • ବିବାହ ଉତ୍ସବରେ ୫୦ ଜଣ ସାମିଲ ହୋଇପାରିବେ।
  • ଶବଦାହ ବେଳେ ୨୦ ଜଣ ସାମିଲ ହୋଇପାରିବେ।
  • ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟଖା ସେବନ ବନ୍ଦ।

Comment