ଓଡ଼ିଶାଲାଇଭ୍ ବ୍ୟୁରୋ

ଭକ୍ତଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବଡ଼ଠାକୁର। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ତିନି ରଥ।

ଏହାରି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ହୋଇଛି। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ପରେ ଜଗତର ନାଥ ଜଗନ୍ନାଥଙ୍କୁ ସେବାୟତମାନେ ପହଣ୍ଡିରେ ଆଣିଛନ୍ତି। ଟାହିଆ ହଲାଇ, ଚକା ଆଖି ଦେଖାଇ ରଥକୁ ବିଜେ କରିଛନ୍ତି କାଳିଆ ଠାକୁର।ଦିନ ୧୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହାର ଯଥେଷ୍ଟ ପୂର୍ବରୁ ପହଣ୍ଡି ଶେଷ ହେବ ବୋଲି  ଜଣାପଡୁଛି। ପହଣ୍ଡି ଶେଷ ହେବା ପରେ ସାଢ଼େ ୧୧ଟା ସୁଦ୍ଧା ଛେରାପହଁରା ଓ ଏହାପରେ ଚାରମାଳ ଫିଟାଯିବା ସହିତ ଘୋଡ଼ା ଲଗାଯିବ। ମଧାହ୍ନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉଛି। ପୁରୀ ସହରରେ କର୍ଫ୍ୟୁ ଲଗାଯିବା ସହିତ ୭୦ ପ୍ଲାଟୁନ୍ ଫୋର୍ସ ମୂତୟନ ହୋଇଛନ୍ତି। ଭକ୍ତମାନଙ୍କୁ ମଧ୍ୟ ପୁରୀ ସହର ଭିତରକୁ ଯିବାକୁ ବାରଣ କରାଯାଇଛି।

Comment