ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ପ୍ରାଣ ହରାଇଲେ ପୁଣି ଜଣେ ଆକ୍ରାନ୍ତ। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

କରୋନାରେ ପ୍ରାଣ ହରାଇଥିବା ଏହି ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର। ତାଙ୍କର ବୟସ ୫୨ ବର୍ଷ ବୋଲି ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ସେ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏଥିସହ କେବଳ ଗଞ୍ଜାମରେ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେହିଭଳି ଖୋର୍ଦ୍ଧାରେ ୫, କଟକରେ ୪, ପୁରୀରେ ୧  ଏବଂ ଗଜପତିରେ ଜଣେ ପ୍ରାଣ ହରାଇଛନ୍ତି।

Comment