ଓଡ଼ିଶାଲାଇଭ୍ ବ୍ୟୁରୋ

soap-1

ସୁନ୍ଦର ଦେଖାଯିବା ପାଇଁ ଭଳିକି ଭଳି ସ୍କିନ ପ୍ରଡକ୍ଟର ବ୍ୟବହାର କରିଥାନ୍ତି ମହିଳାମାନେ। ମୁହଁକୁ ସଫା, ସୁନ୍ଦର ଏବଂ ଉଜ୍ୱଳ ରଖିବାକୁ ବହୁତ ଚେଷ୍ଟା ଚାଲିଥାଏ। ହେଲେ ବାହାରେ ଧୂଳି, ମାଟି, ପ୍ରଦୂଷଣ ଆଦିର ସଂସ୍ପର୍ଶରେ ଆସି ମୁହଁ ମଳିନ, ଶୁଷ୍କ ଦେଖାଯାଏ। ଏସବୁରୁ ରକ୍ଷା ପାଇବା ପାଇଁ ଅଧିକାଂଶ ମହିଳା ମୁହଁରେ ସାବୁନ ଲଗାଇଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି, ଆପଣ ବ୍ୟବହାର କରୁଥିବା ସାବୁନ ଆପଣଙ୍କ ସ୍କିନ ଖରାପ କରିପାରେ। ଯଦି ଆପଣଙ୍କ ସାବୁନ ଆପଣଙ୍କ ସ୍କିନ ପାଇଁ ଠିକ୍ ନୁହେଁ ତେବେ ଏହା ସୃଷ୍ଟି କରିପାରେ ଅନେକ ସମସ୍ୟା।

-ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।

-ସାବୁନ ଭେଜିଟେବଲ ଅଏଲ୍, ସୋଡ଼ିୟମ ହାଇଡ୍ରୋକ୍ସାଇଡ୍, ପୋଟାସିୟମ ହାଇଡ୍ରୋକ୍ସାଇଡ୍ ଆଦିରୁ ତିଆରି ହୋଇଥାଏ ଯାହା ତ୍ୱଚାର ପି.ଏଚ୍ ଲେଭେଲ୍ କମ କରିଦିଏ।

soap-3

-ଅନେକ ସାବୁନରେ ଡିଟର୍ଜେଣ୍ଟ ବ୍ୟବହାର କରାଯାଇ ଯାହା ତ୍ୱଚାର କୋମଳତା ଉପରେ ପ୍ରଭାବ ପକାଏ।

-ଅଧିକାଂଶ ସାବୁନରେ ଥିବା ସୁନ୍ଦର ବାସ୍ନା ମଧ୍ୟ ତ୍ୱଚା ପାଇଁ କ୍ଷତିକାରକ। ଏହା ସ୍କିନକୁ ଖରାପ କରିଥାଏ।

-ଏହିସବୁରୁ ରକ୍ଷା ପାଇବାକୁ ହେଲେ ନିଜ ସ୍କିନ ଟାଇପ ଅନୁସାରେ ସାବୁନ ବ୍ୟବହାର କରନ୍ତୁ। ଯେଉଁ ସାବୁନଗୁଡ଼ିକରେ ମିଲ୍କ, କ୍ରିମ୍ ବା ଗ୍ଲିସେରିନ ଆଦି ଥାଏ ତାହାକୁ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାର ଚମକ ଏବଂ କୋମଳତା ବଜାୟ ରଖେ।

Comment