ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଦାରୁବ୍ରହ୍ମ। ଏଥିପାଇଁ ଶରଧାବାଲିରେ ତିନି ରଥ ଏବେ ନିଜ ଭଗବାନଙ୍କୁ ଅପେକ୍ଷାରତ। ଆଜି ସକାଳ ୮ଟାରୁ ପହଣ୍ଡି ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏହି ସମୟର ପୂର୍ବରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ପହଣ୍ଡିରେ ଆଣି ରଥରେ ବିଜେ କରାଇଛନ୍ତି। ଚକ୍ରରାଜ ସୁଦର୍ଶନଙ୍କୁ ଦେବଦଳନ ରଥରେ ବିଜେ କରାଇବା ପରେ ଏବେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହେବ।ଦିନ ୧୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସାଢ଼େ ୧୧ଟା ସୁଦ୍ଧା ଛେରାପହଁରା ଓ ଏହାପରେ ଚାରମାଳ ଫିଟାଯିବା ସହିତ ଘୋଡ଼ା ଲଗାଯିବ। ମଧାହ୍ନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉଛି। ପୁରୀ ସହରରେ କର୍ଫ୍ୟୁ ଲଗାଯିବା ସହିତ ୭୦ ପ୍ଲାଟୁନ୍ ଫୋର୍ସ ମୂତୟନ ହୋଇଛନ୍ତି। ଭକ୍ତମାନଙ୍କୁ ମଧ୍ୟ ପୁରୀ ସହର ଭିତରକୁ ଯିବାକୁ ବାରଣ କରାଯାଇଛି।

Comment