ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

aditi gupta-1

ବର୍ତ୍ତମାନ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଟିଭି ତଥା ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ କଳାକାର ମଧ୍ୟ ଏହା କବଳକୁ ଆସିସାରିଛନ୍ତି। ନିକଟରେ ଅମୀର ଖାନଙ୍କ ଘରର ସାତ ଜଣ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିଥିବାର ମଧ୍ଯ ଖବର ଆସିଥିଲା। ତେବେ ସିରିୟଲ୍ ‘ଇସ୍କବାଜ୍’ ଫେମ୍ ଅଦିତି ଗୁପ୍ତା କରୋନାରେ ସଂକ୍ରମିତ ହୋଇଛନ୍ତି।

aditi gupta-4

 

ଅଦିତି କହିଛନ୍ତି ଯେ ସେ ଯେତେବେଳେ ଶୁଂଘିବା ଶକ୍ତି ହରାଇବସିଲେ ସେବେ ସେ କରୋନା ଟେଷ୍ଟ କରିଥିଲେ। ଏହା ପୂର୍ବରୁ ତାଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ତେବେ ଗତ ସାତ ଦିନ ଧରି ସେ ନିଜ ଘରେ କ୍ୱାରେନଣ୍ଟାଇନରେ ରହିବା ସହ ସମସ୍ତ ନିୟମର ପାଳନ କରୁଛନ୍ତି।

aditi gupta-3

ଅଦିତି କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ ବହୁତ ସହଯୋଗ କରିବା ସହ ତାଙ୍କ ଉପରେ ନଜର ରଖିଛନ୍ତି। ନିଜର ଖାଇବା ପିଆବାର ସେ ଯଥେଷ୍ଟ ଧ୍ୟାନ ନେଉଛନ୍ତି। ତାଙ୍କର ଆଘ୍ରାଣ ଶକ୍ତି ମଧ୍ୟ ସୁଧୁରିଲାଣି। ଆଗକୁ ଆହୁରି ପ୍ରାୟ ୧୦ ଦିନ ଧରି ସେ କ୍ୱାରେଣ୍ଟାଇନରେ ରହିବେ। ଅଦିତି ଟେଲିଭିଜନର ଜଣେ ଜଣାଶୁଣା ଅଭିନେତ୍ରୀ। ଲୋକପ୍ରିୟ ସିରିୟଲ୍ ‘ଇସ୍କବାଜ୍’ରେ ମଧ୍ୟ ସେ ନଜର ଆସିଥିଲେ। ୨୦୧୮ରେ କବୀର ଚୋପଡ଼ାଙ୍କ ସହ ତାଙ୍କର ବିବାହ ହୋଇଥିଲା।

Comment