ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୩ ଜଣ କରୋନା ପଜିଟିଭ୍। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୨୯ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ଭୁବନେଶ୍ୱରର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୫ ଜଣ ସ୍ଥାନୀୟ ଲୋକ ସାମିଲ ଅଛନ୍ତି।

ସେହିପରି ଯେଉଁ ୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩ ଜଣ ଟଙ୍କପାଣି ରୋଡ, ୩ ଜଣ ବିଜୟଲକ୍ଷ୍ମୀ କଲୋନୀ, ଆଉ ୨ ଜଣ ନୂଆ ଗାଁ ସାମନ୍ତରାପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ୟୁନିଟ-୧ର ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଯେଉଁ ୫ ଜଣ ସ୍ଥାନୀୟ ଲୋକ ପଜିଟିଭ୍ ଜଣାପଡ଼ିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଖଣ୍ଡଗିରି ଅଞ୍ଚଳର ହୋଇଥିଲା ବେଳେ ଅନ୍ୟ ଜଣେ ଓଲଡ୍ ଟାଉନ୍ ଏରିଆରୁ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆ ସାହିରୁ ଜଣେ, ନିଳାଦ୍ରିବିହାରରୁ ଜଣେ, ଜୟଦେବ ବିହାରରୁ ଜଣେ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଭୁବନେଶ୍ୱରରେ ଏବେ ପଜିଟିଭ୍ ସଂଖ୍ୟା ୩୪୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୦୧ ସୁସ୍ଥ ହୋଇଛନ୍ତି। ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏବେ ବି ଭୁବନେଶ୍ୱରରେ ୧୩୯ କେସ୍‌ ଆକ୍ଟିଭ ରହିଛି।

Comment