ଓଡ଼ିଶାଲାଇଭ୍ ବ୍ୟୁରୋ

hot tea

ପ୍ରାୟ ଆମ ସମସ୍ତଙ୍କର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ ଗୋଟିଏ କପ ଚା’ ରୁ। ଏହା ଶରୀରକୁ ଏକ ପ୍ରକାର ସତେଜତା ଯୋଗେଇଥାଏ। ଅଧିକାଂଶ ଲୋକ ଗୋଟିଏ ଦିନରେ ବହୁଥ ଥର ଚା’ ପିଇଥାନ୍ତି। ଅଳସୁଆ ଲାଗିଲେ କିମ୍ବା ଥକା ଲାଗିଲେ ମଧ୍ୟ ଗୋଟିଏ କପ୍ ଚା’ ଶରୀରର ସବୁ କଷ୍ଟକୁ ଦୂର କରିଥାଏ। କେବଳ ଶାରୀରିକ ନୁହେଁ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ। ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପ୍ରତିଦିନ ଚା ପିଉଥିବା ଲୋକଙ୍କ ମସ୍ତିସ୍କ ଚା ନ ପିଉଥିବା ଲୋକଙ୍କ ମସ୍ତିସ୍କଠାରୁ ଅଧିକ ସୁସ୍ଥ ରହେ।

କିନ୍ତୁ ଶରୀର ଭିତରକୁ ଯାଉଥିବା ଗରମ ଚା ଯୋଗୁଁ ଶରୀରର କିଛି କ୍ଷତି ମଧ୍ୟ ଘଟିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା-

hot tea

ପ୍ରାୟ ସମସ୍ତେ ଗରମ ଚା’ ପିଇବାକୁ ଭଲ ପାଆନ୍ତି। ହେଲେ ନାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରରେ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ଚା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ସତ କିନ୍ତୁ ଗରମ ଚା’ ପିଇବା ଦ୍ୱାରା ଶରୀରରେ କ୍ୟାନସର ହେବାର ଲକ୍ଷ୍ୟଣ ଦେଖାଦେଇଥାଏ। ବ୍ରିଟିଶ ଜର୍ନାଲରେ ପ୍ରକାଶ ପାଇଥିବା ଏକ ରିସର୍ଚ୍ଚ ଅନୂଯାୟୀ ଅଧିକ ପରିମାଣରେ ଗରମ ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନସର ହେବାର ଅଧିକ ଆଶଙ୍କା ଥାଏ।

hot tea

ଅଧିକ ଗରମ ପାନୀୟ ଆମ ଖାଦ୍ୟ ନଳୀ ପାଇଁ କ୍ଷତିକାରକ ଅଟେ। ପ୍ରତ୍ୟକ ଦିନ ୭୫ ଡିଗ୍ରୀ କିମ୍ବା ଏହାଠୁ ଅଧିକ ଗରମ ଥିବା ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ ଇସୋଫେଗଲ୍ କ୍ୟାନସର ହେବାର ଆଶଙ୍କା ଦିଗୁଣା ବଢ଼ିଯାଏ।

ତେଣୁ ସବୁବେଳେ ଅଧିକ ଗରମ ଥିବା ଚା ନ ପିଇ ଏହାକୁ ଅଳ୍ପ ଥଣ୍ଡା କରି ପିଇଲେ ଏହି ରୋଗ ହେବାର ଆଶଙ୍କା ରହେନାହିଁ।

Comment