ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଘର ଛାଡ଼ିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ ପଠାଯାଇଛି। ଦିଲ୍ଲୀ ଲୋଦି ଇଷ୍ଟେଟରେ ଥିବା ସରକାରୀ ବଙ୍ଗଳାରେ ପ୍ରିୟଙ୍କା ଏବେ ରହୁଛନ୍ତି। ଘର ଖାଲି କରିବା ପାଇଁ ତାଙ୍କୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ମହଲତ ଦିଆଯାଇଛି।

କେନ୍ଦ୍ର ଇଷ୍ଟେଟ ବିଭାଗର ଉପନିର୍ଦ୍ଦେଶକ ତାଙ୍କ ଚିଠିରେ କହିଛନ୍ତି ଯେ, ଅଗଷ୍ଟ ପରେ ବଙ୍ଗଳାରେ ରହିଲେ ମାର୍କେଟ ରେଣ୍ଟ ଦେବାକୁ ହେବ। ଏସପିଜି ସୁରକ୍ଷା ହଟାଇ ଦିଆଯାଇଥିବା କାରଣରୁ ଉକ୍ତ ବଙ୍ଗଳା (୩୫ ନମ୍ବର) ଖାଲି କରିବାକୁ ପ୍ରିୟଙ୍କାଙ୍କୁ କୁହାଯାଇଛି।ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳ ତରଫରୁ ସମାଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ନଭେମ୍ବର ମାସରେ ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷାକୁ ହଟାଇ ନିଆଯାଇଥିଲା। ଏବେ ଗାନ୍ଧୀ ପରିବାରକୁ କେବଳ  z+ ସୁରକ୍ଷା ମିଳୁଛି ଯାହାକି ସିଆରପିଏଫ ଦାୟିତ୍ୱରେ ରହିଛି।

Comment