ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ, ସଟଡାଉନ ଭଳି ଅନେକ ପ୍ରତିବନ୍ଧକ ଲଗାଯାଇଥିଲା। କଟକଣା ସତ୍ତ୍ୱେ ଅନେକ ଟିଭି ସେଲିବ୍ରେଟି ସମସ୍ତ ନିୟମ ଏବଂ ସତର୍କତାକୁ ଦୃଷ୍ଟିରେ ରଖି ବିବାହ କରିଛନ୍ତି।

ସସୁରାଲ୍ ସିମର କା ଅଭିନେତା ମନୀଷ ତାଙ୍କ ପ୍ରେମିକା ସଙ୍ଗୀତାକୁ ଜୁନ୍ ୩୦ ରେ ବିବାହ କରିଥିଲେ। ଉଭୟଙ୍କର ବିବାହ ଗୁରୁଦ୍ୱାରରେ ସମ୍ପନ୍ନ ହୋଇଥିଲା। ଉଭୟ ମାସ୍କ ପିନ୍ଧିଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

ଲକଡାଉନ୍ ସମୟରେ ଟିଭି ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ କୁନାଲ ବର୍ମା ମଧ୍ୟ ବିବାହ କରିଥିଲେ। ଗତ ୧୨ ବର୍ଷ ଧରି ପୂଜା ଏବଂ କୁନାଲ ରିଲେସନସିପ୍‌ରେ ଥିଲେ। ଦୁହେଁ ୨୦୧୭ ନିର୍ବନ୍ଧ କରିଥିଲେ। ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଯାହା ପରେ ଉଭୟ ଆସି ଲକଡାଉନରେ ବିବାହ କରିଥିଲେ।

ଦିଲ୍ ତୋ ହାପି ହୈ ଜୀ ଅଭିନେତା ଅଙ୍କିତ ଶାହା ତାଙ୍କ ପ୍ରେମିକା ଅସୀମା ନାୟାରଙ୍କୁ ଜୁନ୍ ୩୦ ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଫଟୋ ଭାଇରାଲ ହୋଇଥିଲା।

Comment