ଓଡ଼ିଶାଲାଇଭ୍ ବ୍ୟୁରୋ

whatsapp-1

ଇନଷ୍ଟାଣ୍ଟ ମେସେଜିଂ ଆପ ଭାବରେ ସେବା ଯୋଗେଇ ଆସୁଥିବା ଆପ ହ୍ୱାଟ୍ସଆପରେ ବଦଳିପାରେ ଫିଚର। ବ୍ୟବହାରକାରୀଙ୍କ ପାଇଁ ବଦଳିପାରେ ଚ୍ୟାଟିଂ କରିବାର ଅନ୍ଦାଜ। ହ୍ୱାଟ୍ସଆପର ଷ୍ଟାଟସ୍ ତଥା ଡାର୍କ ମୋଡ ଫିଚରକୁ ମଧ୍ୟ ୟୁଜର୍ସ ବେଶ୍ ପସନ୍ଦ କରିଥିଲେ। ତେବେ କମ୍ପାନି ବର୍ତ୍ତମାନ ନିଜର ବିଟା ଭର୍ସନରେ କିଛି ନୂଆ ଫିଚର ସେଟିଂ କରୁଥିବାର ଜଣାପଡ଼ିଛି। ଆସନ୍ତୁ ଜାଣିବା କେଉଁ ସବୁ ନୂଆ ଫିଚର ଆସିପାରେ ହ୍ୱାଟ୍ସଆପରେ-

ଓ୍ୱେବ୍ ଡାଟା ଇନଫୋର ସୂଚନା ଅନୂଯାୟୀ ହ୍ୱାଟ୍ସଆପରେ ଯଥାଶୀଘ୍ର ଆସିପାରେ ମଲ୍ଟି ଡିଭାଇସ ଫିଚର ଯାହା ଦ୍ୱାରା ବ୍ୟବହାରକାରୀମାନେ ଗୋଟିଏ ଆକାଉଣ୍ଟକୁ ଚାରୋଟି ଅଲଗା ଅଲଗା ଡିଭାଇସରେ ଚଲାଇପାରିବେ। କିନ୍ତୁ ଏଥିର୍ ଡାଟା ସିଙ୍କ୍ ପାଇଁ ଓ୍ୱାଇଫାଇର ବ୍ୟବହାର କରିବାକୁ ପଡ଼ିବ।

ହ୍ୱାଟ୍ସଆପରେ ଆସିପାରେ ଫ୍ୟାକ୍ଟ ଚେକ୍ ଫିଚର। ଏହାଦ୍ୱାରା ୟୁଜର୍ସ ଯେକୌଣସି ମେସେଜର ସତ୍ୟତା ଜାଞ୍ଚ କରିପାରିବେ। ଏହି ଆପରେ ମ୍ଯାଗ୍ନିଫାଇଂ ଗ୍ଲାସ୍ ଅପ୍ସନ ଆସିବ। ୟୁଜର ଯେଉଁ ମେସେଜର ଜାଞ୍ଚ କରିବାକୁ ଚାହିଁବେ ଏହି ଆଇକନ ଉପରେ କ୍ଲିକ୍ କରିବେ। ଏହା ଦ୍ୱାରା ଏକ ପପ୍ ଅପ୍ ଆସିବ ଯେଉଁଥିରେ ଲେଖାଥିବ ଆପଣ ଏହି ମେସେଜକୁ ଓ୍ୱେରେ ସର୍ଚ୍ଚ କରିବାକୁ ଚାହୁଁଛନ୍ତି। ଏହା ଦ୍ୱାରା ମେସେଜଟି ଗୁଗଲ ପ୍ଲାଟଫର୍ମକୁ ଚାଲିଯିବ ଏବଂ ଏହାର ଜାଞ୍ଚ ହୋଇ ସତ କି ନାହିଁ ଜଣାପଡ଼ିଯିବ।

whatsapp-2

କ୍ୟୁ.ଆର୍ କୋଡ୍ ଫିଚର ଦ୍ୱାରା ନୂଆ ୟୁଜରର କ୍ୟୁ.ଆର୍ କୋଡ ସ୍କାନ କରି ତାହାର ନମ୍ବର ସେଭ୍ କରିପାରିବେ। ସେହିପରି ଡିଲିଟ୍ ଫିଚର୍ ଦ୍ୱାରା ବ୍ୟବହାରକାରୀ ପଠାଇଥିବା ମେସେଜକୁ ଡିଲିଟ୍ କରିବା ପାଇଁ ସମୟ ନିର୍ଦ୍ଧାରଣ କରିପାରିବେ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟ ପରେ ପଠାଇଥିବା ମେସେଜ୍ ଆପେ ଆପେ ଡିଲିଟ୍ ହୋଇଯିବ।

ହ୍ୱାଟ୍ସଆପର ଓ୍ୱେବ୍ ଏବଂ ଡେସ୍କଟପ୍ ଭର୍ସନରେ ଡାର୍କ ମୋଡ ଫିଚର ଆସିପାରେ। ଏହା ସହ ଭିଡିଓ କଲ୍ ଫିଚର ମଧ୍ୟ ଆସିପାରେ ଯାହା ଦ୍ୱାରା ୟୁଜର ଅତି ଶୀଘ୍ର ଭିଡିଓ କଲ୍ କରିପାରିବେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନି ତରଫରୁ ଏହି ସବୁ ଫିଚର ଲଞ୍ଚିଂକୁ ନେଇ କୋଣସି ତଥ୍ୟର ସ୍ପଷ୍ଟୀକରଣ ହୋଇନାହିଁ।

Comment