ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଡେବ୍ୟୁ କରିଥିବା ଅଭିନେତ୍ରୀ ବାନି କପୁରଙ୍କୁ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ଆଗାମୀ ଦିନରେ ବାନି ଫିଲ୍ମ ‘ବେଲ ବଟମ’ରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ। ଅକ୍ଷୟଙ୍କ ସହ ଏହା ବାନିଙ୍କର ପ୍ରଥମ ଫିଲ୍ମ।
ଏନେଇ ବାନି ଏକ ସୋସିଆଲ ମିଡିଆ ସୂଚନା ଦେଇଛନ୍ତି। ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ବେଶ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି।
ରଞ୍ଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଉପରେ କାମ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। ଏହାର କାହାଣୀ ଅସୀମ ଆରୋରା ଏବଂ ପରଭେଜ ଶେଖ ଲେଖିଛନ୍ତି। ‘ବେଲବଟମ୍’ ୨୦୨୧ ଏପ୍ରିଲ୍ ରିଲିଜ ହେବ ବୋଲି ଜଣାପଡ଼ିଛି।
ପୂର୍ବରୁ ବାନିଙ୍କ ସୁଶାନ୍ତଙ୍କ ଫିଲ୍ମ ସୁଦ୍ଧ ଦେଶୀ ରୋମାନ୍ସରେ ଦେଖିଛନ୍ତି ଦର୍ଶକ। ଏହା ତାଙ୍କର ଡେବ୍ୟୁ ଫିଲ୍ମ ଥିଲା। ଏହାଛଡ଼ା ସେ ଅଭିନେତା ଟାଇଗର ଶ୍ରଫ୍ ଓ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ଓ୍ୱାରରେ ବି ନଜର ଆସିଥିଲେ।