ଓଡ଼ିଶାଲାଇଭ୍ ବ୍ୟୁରୋ

ସୀମା ବିବାଦକୁ ନେଇ ଏବେ ଭାରତ ଓ ଚୀନ୍ ମୁହାମୁହିଁ ସ୍ଥିତିରେ ରହିଛନ୍ତି। ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଲେହ ଗସ୍ତରେ ଯାଇ ସେଠାରେ ପହଞ୍ଚି ଯାଇଛନ୍ତି।

ଆର୍ମି ପୋଷାକ ପିନ୍ଧି ମୋଦୀ ଲେହରେ ପହଞ୍ଚିଛନ୍ତି। ତାଙ୍କ ସହ ସ୍ଥଳସେନା ମୁଖ୍ୟ ନରୱଣେ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ଗସ୍ତରେ ମୋଦୀ ସେଠାକାର ସ୍ଥିତି ଯାଞ୍ଚ କରିବା ସହ ଯବାନମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କୁ ଭେଟିବେ ବୋଲି ମଧ୍ୟ ସୂଚନା ମିଳୁଛି।ପୂର୍ବରୁ ଏହି ଗସ୍ତରେ କେବଳ ସ୍ଥଳସେନା ମୁଖ୍ୟଙ୍କୁ ହିଁ ଯିବାର ଥିଲା। ହେଲେ ମୋଦୀ ଅଚାନକ ଏହି ଗସ୍ତରେ ବାହାରିପଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ଏବେ ସ୍ଥିତି ଗମ୍ଭୀର ଥିବାରୁ ଏହି ମୋଦୀଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଜୁନ୍ ୧୫ ତାରିଖରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ଯାହା ଫଳରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଅନ୍ୟପଟେ ଚୀନର ମଧ୍ୟ ୪୩ ଜଣ ଯବାନ ମଧ୍ୟ ଭାରତୀୟ ଯବାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ସ୍ଥିତି ଗମ୍ଭୀର ରହିଛି।

Comment