ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହଠାତ୍ ଲେହରେ ପହଞ୍ଚିଛନ୍ତି। ପିଏମ ମୋଦୀଙ୍କ ଏହି ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୋଦୀଙ୍କ ଗସ୍ତ ଚୀନ୍ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଚୀନ୍‌କୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଆମେ ପଛକୁ ଫେରିବୁ ନାହିଁ।

ଅବସରପ୍ରାପ୍ତ ମେଜର ଜେନେରାଲ ଏ.କେ ସିୱାଚଙ୍କ କହିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତରୁ ଚୀନ୍ ଏକ ସ୍ପଷ୍ଟ ବାର୍ତ୍ତା ପାଇଛି ଯେ ଆମେ ପଛକୁ ଫେରିବୁ ନାହିଁ। ଯଦି ଚୀନ୍ ସେନା ପଛକୁ ହଟିବ ନାହିଁ ତେବେ ଆମ ସେନା ମଧ୍ୟ ପଛକୁ ହଟିବ ନାହିଁ। ଦେଶର ସୁରକ୍ଷା କ୍ଷେତ୍ରରେ ଆମେ କୌଣସି ବୁଝାମଣା କରିବୁ ନାହିଁ।

ସେହିପରି ଅବସରପ୍ରାପ୍ତ ବ୍ରିଗେଡିୟର୍ ବିକ୍ରମ ଦତ୍ତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲେହ ଗସ୍ତ ଆଗ ଧାଡ଼ିରେ ନିୟୋଜିତ ସେନାର ମନୋବଳ ବୃଦ୍ଧି କରିଛି। ସେନା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ବହୁତ ଭଲ। ଏହା ସେନା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମନୋବଳ ଏବଂ ଶକ୍ତି ଦେବ, ଯାହାଫଳରେ ସେମାନେ ଏଲଏସିରେ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।

ଏହାଛଡ଼ା ମୋଦୀ ମଧ୍ୟ ନିଜେ ସ୍ଥିତିର ସମୀକ୍ଷା କରିପାରିବେ। ସୀମାରେ ପରିସ୍ଥିତି କେମିତି ରହିଛି ତାହା ଜାଣିପାରିବେ। ଫଳରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯାଇପାରିବ।

Comment