ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋSaroj Khan-1

ସରୋଜ ଖାନ ଜଣେ କୋରିଓଗ୍ରାଫର ଭାବରେ କେବଳ ବଲିଉଡ ଫିଲ୍ମ ପାଇଁ ନୁହେଁ ହଲିଉଡ ଫିଲ୍ମ ପାଇଁ ମଧ୍ୟ କାମ କରିଥିଲେ।

ସରୋଜ ଖାନଙ୍କ ଖୁବ୍ କମ୍ ପ୍ରଶଂସକ ଜାଣିଥିବେ ଯେ ସେ ହଲିଉଡ ଫିଲ୍ମରେ କୋରିଓଗ୍ରାଫର ଭାବରେ କାମ କରିଥିଲେ। ଏହି ହଲିଉଡ ଫିଲ୍ମର ନାମ ହେଉଛି ‘ଗାନ୍ଧୀ ମର୍ଡର’ଏହା ଗତ ବର୍ଷ ରିଲିଜ ହୋଇଥିଲା। ୨୦୧୬ରେ ସରୋଜ ଖାନ ନିଜେ ଏକ ସାକ୍ଷାତକାରରେ ଏ ବିଷୟରେ କହିଥିଲେ।

ସରୋଜ ଖାନ ଅନେକ ଅଭିନେତ୍ରୀଙ୍କ ସହ କାମ କରିଥିଲେ। ଶେଷ ଥର ପାଇଁ ସେ କଲଙ୍କ ଫିଲ୍ମର ଗୀତ ‘ତବାହା ହୋ ଗଏ’ ପାଇଁ ମାଧୁରୀ ଦୀକ୍ଷିତଙ୍କୁ କୋରିଓଗ୍ରାଫି କରିଥିଲେ।

ନିଜ ଡ୍ୟାନ୍ସ ମାଧ୍ୟମରେ ଲକ୍ଷ ଲକ୍ଷ ହୃଦୟ ଜିତିଥିବା ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଆଉ ଏ ଦୁନିଆରେ ନାହାନ୍ତି। ହୃଦ୍‌ଘାତ ହେତୁ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ବଲିଉଡ ତାରକାଙ୍କ ସମେତ ପ୍ରଶଂସକ ବି ଶୋକ ପ୍ରକାଶ କରିଛନ୍ତି।

Comment