ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଟାଉନ ଥାନା ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି। ଜଣେ ପେଶାଦାର ମୋବାଇଲ ଚୋରକୁ ପୋଲିସ୍ ଗିରଫ କରିବା ସହିତ ୧୩ଟି ଚୋରା ମୋବାଇଲ ଫୋନ୍ ଜବତ କରିଛି। ଗିରଫ ଅଭିଯୁକ୍ତ ନୟାଗଡ଼ ସଦର ଥାନା ବାଲୁଗାଁର ପ୍ରଭାତ ସେଠୀକୁ ଏହି ଅପରାଧରେ  ପୋଲିସ୍ କୋର୍ଟ ଚାଲାଣ କରିଛି।

ପୋଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଭାତ ସେଠୀ (୨୬) ଜଣେ ପେଶାଦାର ଅପରାଧି ବିଭିନ୍ନ ସମୟରେ ମୋବାଇଲ ଫୋନ୍ ଚୋରି କରି ଲୋକଙ୍କୁ କମ ଦରରେ ବିକ୍ରି କରୁଥିବା ପୋଲିସ୍ ପାଖରେ ଖବର ଥିଲା। ଚଢ଼ାଉ କରି ପ୍ରଭାତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ୍। ଅଭିଯୁକ୍ତଠାରୁ ୧୩ଟି ନାମୀ ଦାମୀ କମ୍ପାନିର ଚୋରା ମୋବାଇଲ ଜବତ କରାଯାଇଥିବା ଆଇଆଇସି ଜୟଦୀପ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।

Comment