ଓଡ଼ିଶାଲାଇଭ୍‌ ବ୍ୟୁରୋsaheed colonel santosha babu-3

ଜୁନ୍‌ ୧୫ରେ ଲଦାଖ ଗଲଓ୍ୱାନ ଘାଟିରେ ଭାରତ-ଚୀନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ଏଯାଏଁ ଦେଶବାସୀ ଭୁଲି ନାହାନ୍ତି। ସମସ୍ତେ ଚୀନଠାରୁ ଏହାର ପ୍ରତିଶୋଧ ଚାହୁଁଛନ୍ତି। ଏହାରି ମଧ୍ୟରେ ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଭାବୁକ କରି ଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଚାନକ ଲେହ ଗସ୍ତ କରିଛନ୍ତି। ମୋଦୀଙ୍କର ଏହି ଗସ୍ତକୁ ନେଇ ସହିଦ ସନ୍ତୋଷ ବାବୁଙ୍କ ପତ୍ନୀ କହିଛନ୍ତି,‘‘ ମୋ ସ୍ୱାମୀଙ୍କ ବଳିଦାନ ବ୍ୟର୍ଥ ଯିବନି। ମୋଦୀଙ୍କୁ ସୀମାରେ ଦେଖି ଯବାନଙ୍କର ମନୋବଳ ବଢ଼ିବ। ଆମ ଯବାନ ବହୁତ ସାହାସୀ, ସବୁ ପରିସ୍ଥିତିରେ ଆମକୁ ସେଠି ବିଜୟ ହୋଇ ଫେରିବାର ଅଛି’’।

ମୋଦୀ ଆଜି ଅଚାନକ ଲେହ ଗସ୍ତ କରିଛନ୍ତି। ମୋଦୀଙ୍କ ଏହି ଗସ୍ତ ପରେ ସୀମାରେ ଯବାନଙ୍କୁ ସାହସ ମିଳିବ ବୋଲି କୁହାଯାଉଛି। ଏଥିସହ ମୋଦୀଙ୍କ ଏହି ଗସ୍ତ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଚୀନକୁ ଏକ କଡ଼ା ସନ୍ଦେଶ ମିଳିବ।

LEAVE A REPLY

Please enter your comment!
Please enter your name here