ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରୁ ସସ୍ଥ ହେଲେ ଆଉ ୨୨୯ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୯୧ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୯, ଗଜପତିରୁ ୨୬, ଝାରସୁଗୁଡ଼ାରୁ ୧୫, ବଲାଙ୍ଗିରରୁ ୧୨ , ଜଗତସିଂହପୁରରୁ ୧୧ , ମୟୂରଭଞ୍ଜରୁ ୧୧, ଯାଜପୁରରୁ ୮, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କଟକ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ଼ରୁ 3 ଜଣ ଲେଖାଏଁ ଏବଂ ବରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟ ସମୁଦାୟ ୫୯୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment