ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

suraj and sushant

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ବିବାଦ ବଢ଼ିବାକୁ ଲାଗିଛି। ବଲିଉଡରେ ଅନେକ କଳାକାରଙ୍କ ନାମ ଆସୁଛି ଏହି ବିବାଦ ଘେରରେ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ଅନ୍ୟ କେତେକ ବଲିଉଡ କଳାକାର ମଧ୍ୟ ନେପୋଟିଜିମର ବିରୁଦ୍ଧରେ ସ୍ୱର ଉଠାଉଛନ୍ତି।। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସୁରଜ ପାଞ୍ଚୋଲୀଙ୍କ ନାମ ଆଗକୁ ଆସିଛି। ଏକଦା ସୁରଜ ଏବଂ ସୁଶାନ୍ତଙ୍କ ଝଗଡ଼ା ହୋଇଥିବାର କଥା ନେଇ ଚର୍ଚ୍ଚା ଚାଲିଛି।

sooraj and sushant-1

ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ତଳେ ତାଙ୍କ ମ୍ୟାନେଜର ଦିଶା ସାଲିୟନ ଆତ୍ମହତ୍ୟା କରିଥିଲେ। ତେବେ ସୁରଜ ଏବଂ ଦିଶାଙ୍କ ସଂପର୍କକୁ ଅନେକ କଥା କୁହାଯାଉଛି। ତେଣୁ ସୁଶାନ୍ତଙ୍କ ମ଼ତ୍ୟୁରେ ମଧ୍ୟ ସୁରଜଙ୍କ ନାମ ଯୋଡ଼ାଯାଉଛି। ଏନେଇ ମୁହଁ ଖୋଲିଛନ୍ତି ଅଭିନେତା ସୁରଜ ପାଞ୍ଚୋଲୀ। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କୁ ଧମକ ଭରା ମେସେଜ୍ ଆସୁଛି।

ସେ କହିଛନ୍ତି, “ମୁଁ ଏହା କହିବାକୁ ଚାହୁଁନଥିଲି କିନ୍ତୁ ଆଉ ଚୁପ୍ ରହିବା ଠିକ୍ ନୁହେଁ। ମୋ ନାମରେ ବହୁତ ମିଛ କଥା ଛପୁଛି। କୁହାଯାଉଛି କି ମୋର ଏବଂ ସୁଶାନ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ସେସିଆଲ ମିଡିଆରେ ମତେ ବହୁତ ଘୃଣାଭାବ ସହ ମେସେଜ୍ କରାଯାଉଛି ଯାହାର କାରଣ କ’ଣ ମୁଁ ଜାଣିପାରୁନାହିଁ”।ସୁରଜ କହିଛନ୍ତି ଯେ ସୁଶାନ୍ତ ଏବଂ ସେ ପରସ୍ପରକୁ ଭାଇ ବୋଲି କହୁଥିଲେ। ସେ ସୁଶାନ୍ତଙ୍କୁ କେବଳ ସାଙ୍ଗ ନୁହେଁ ବରଂ ଜଣେ ସିନିୟର ଆକ୍ଟର ଭାବେ ସମ୍ମାନ ମଧ୍ୟ ଦିଅନ୍ତି। ସେ ସୁଶାନ୍ତ କାମର ଜଣେ ବହୁତ ବଡ଼ ପ୍ରଶଂସକ।

sooraj and sushant

ଖବର ଅନୁସାରେ ୨୦୧୭ରେ ଏକ ପାର୍ଟିରେ ସୁଶାନ୍ତ ଏବଂ ସୁରଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସଲମାନ ସୁଶାନ୍ତଙଅକୁ ଫୋନ କରି ଗାଳି ମଧ୍ୟ କରିଥିଲେ। ତେବେ ସୁରଜ ଏହି ଖବରକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଏବଂ ଏପରି କିଛି ହୋଇନଥିଲା ବୋଲି ସେ ସ୍ପଶ୍ଟ କରିଛନ୍ତି।

Comment