ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୫ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ଆଜି କ୍ୱାରେଣ୍ଟାଇନରେ ଥିବା ୩୭ ଜଣ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୮ଟି ଲୋକାଲ କେସ୍ ମଧ୍ୟ ରାଜଧାନୀରେ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱରର ମଞ୍ଚେଶ୍ୱର ପ୍ରତିଦିନ ଖବରକାଗଜ ଅଫିସ ପାଖ, ନୂଆଗାଁ, ଚନ୍ଦ୍ରଶେଖରପୁର, ଆଇଗିଣିଆ, ସତ୍ୟନଗର, ସହିଦନଗର ଓ ଭରତପୁର ଆଦି ଅଞ୍ଚଳରୁ ଏହି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ହଂସପାଳ, ଚକେଇସିଆଣି, ଲକ୍ଷ୍ମୀସାଗର, ୟୁନିଟ୍-୪, ବରମୁଣ୍ଡା ଓ ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ୩୭ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ଶନିବାର ୮ଟି ଲୋକାଲ୍ କେସ୍ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରରୁ ସାଲିଆସାହି, ଡୁମୁଡୁମା, ୟନିଟ-୪, ବରମୁଣ୍ଡା ଆଦି ଅଞ୍ଚଳର ଲୋକମାନେ କରୋନା ସଂକ୍ରମିତ ହୋଇଛନ୍ତି।

ଖିୁସିର କଥା ହେଉଛି ରାଜଧାନୀର ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର ଆକ୍ରାନ୍ତ ସୁସ୍ଥ ହେବା ସଂଖ୍ୟା ୨୪୭କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ରାଜଧାନୀରୁ ୪୧୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଏବେ ବି ୧୬୦ ଜଣ ସକ୍ରିୟ ଅଛନ୍ତି।

Comment