ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗାଲାଣ୍ଡରେ ଆଉ ବିକ୍ରି ହେବନି କୁକୁର ମାଂସ।  କୁକୁର ମାଂସ ଆମଦାନୀ, ବିକ୍ରି ଓ ଖାଇବା ଉପରେ ଶୁକ୍ରବାର ରୋକ ଲଗାଇଛନ୍ତି ନାଗାଲାଣ୍ଡ ସରକାର। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜ୍ୟରେ କୁକୁର ମାର୍କେଟ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ୍ ପ୍ରୋଟେକସନ୍ ଅର୍ଗାନାଇଜେସନ୍ (FIAPO) ର ଆବେଦନ ପରେ ନାଗାଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନେକ ଥର ଏହି ସଙ୍ଗଠନ କୁକୁର ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ସ୍ୱର ଉଠାଇଥିଲେ। ଏବେ ସରକାର କୁକୁର ମାଂସ ଖାଇବା ପାଇଁ ଅନ୍ୟ ରାଜ୍ୟରୁ କୁକୁର ଆଣିବା ବିପଦ ଦର୍ଶାଇଛନ୍ତି। ଏହାସହ ପଶୁ କ୍ରୁରତା ନିବାରଣ ଆଇନ ୧୯୬୦କୁ ଅଧାର କରି ଏହି ନିଷ୍ପତ୍ତି ନେଇଛନ୍ତି।

ନାଗାଲାଣ୍ଡରେ କୁକୁର ମାଂସ କିଲୋଗ୍ରାମ ପ୍ରତି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ।  ଅର୍ଥାତ୍ ଲୋକମାନେ ଏଠାରେ ଗୋଟିଏ କୁକୁର ଉପରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ଏହି କାରଣରୁ ଏଠାରେ ବହୁ ପରିମାଣରେ କୁକୁର ଚୋରା ଚାଲାଣ ଆରମ୍ଭ ହୋଇଥିଲା।

Comment